STORYMIRROR

Satyabati Swain

Inspirational

3  

Satyabati Swain

Inspirational

ଦୀପଟିଏ ଦିଅ ଜଳାଇ

ଦୀପଟିଏ ଦିଅ ଜଳାଇ

1 min
13.3K



ଅନ୍ଧାର କିଟି ମିଟି

ଭାରି ଲାଗେ ଛାଟି ପିଟି

ଦୀପଟିଏ ଦିଅ ଜଳାଇ

ଅନ୍ଧାର ଯାଉ ଦୁରେଇ।।

ଆଲୋକ ଆନନ୍ଦ ପରବ

ମରତ ସରଗ ହୋଇବ

ଆମ ମନ ଭିତର ଅନ୍ଧାର

ଯେଉଁ ଦିନଦୂର ହୋଇବ।।

ଦେଖ କେମିତି ହୋଇଛି ମୁହଁ

ଆମ ପିତୃ ପୁରୁଷଙ୍କ ଚାହଁ

କି ଆଲୁଅ ଜାଳ ସବୁଠି ଅନ୍ଧାର

କାନ୍ଧନ୍ତି କେମିତି ଉଠାଇ କୋହ!!

ବଡ ବଡୁଆ ହୋ ତୁମେ

କାହିଁକି ହେଉଛ ଉଦାସ

ଅନ୍ଧାରେ ଭରା ଆମଦୁନିଆଁ

ଆମେ ନିଜେ ଡାକୁ ନିଜ ବିନାଶ।।

ଧୂଆଁ ମେଳେ ଆଖି ପୋଡଇ

କାନ ଅତଡା ଟି ପଡ଼ଇ

କିସମ କିସମ ବାଣ ରେ

ପରିବେଶ ପ୍ରଦୂଷଣ ହୁଅଇ।।

କିଛି ବି ଅମୁଲ୍ୟ ଜୀବନ

ବାଣ ଫୁଟାରେ ଲଭନ୍ତି ମରଣ

କିଆଁ ଏମିତି ମଣିଷ ହେଉଛ

ନିଜ ହାତେ କରଜିହ୍ଵା ଛେଦନ!!

ଅଧର୍ମ ନାଶ କରିବା ପାଇଁକି

ମା କାଳୀ ତୁମେ ଆସ ଏ ଭୂଇଁ କି

ଦୁଷ୍କର୍ମ, ଦୁଃନୀତି, ଅନ୍ଧ ସମାଜେ

ଚେତନାର ଦୀପ ଜାଳି ଦିଅଟି।।

ଆସ ଅନ୍ଧାରୀ ଜୀବନେ ଆଲୁଅ

ଭରି ଦେବା ସେଇ ମୁହଁରେ

ଯହିଁ ଅସହାୟେ ଝରେ ଜୀବନ

ଦୁଃଖ ଦୁର୍ଦ୍ଦିନରେ ଦିନ ଯାଏରେ।।

'ବୁଦ୍ଧି'ରାମ ଫେରୁ ଅଯୋଧ୍ୟାକୁ

ବଳି ପାତଳେ ରୋଷଣୀ ହେଉ

ଦୀପାବଳୀ ଆମ ଅନୀତି ଅନ୍ଧାରେ

ନୀତି ଆଲୋକରେ ଭରି ଦେଉ।।


ସତ୍ୟବତୀ ସ୍ଵାଇଁ,

ବାଲିକୁଦା,

ଜଗତସିଂହପୁର




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational