ଦୀପଶିଖା
ଦୀପଶିଖା
ବିରହ ଦୁଃଖଦ ଯନ୍ତ୍ରଣା
ଯାହା ସବୁ ଅନୁଭୂତ ହୁଏ ଏଇ ଧରିତ୍ରୀରେ
ବିଶାଳ ଗଗନ କୋଳେ ଖେଳନ୍ତି ସେମାନେ
ଭିନ୍ନ ଭିନ୍ନ ଆକୃତିରେ ତାରା ମାନଙ୍କ ଗ୍ରହଣରେ ଥାଇ।
ଶ୍ରାବଣ ର ବର୍ଷା ଧାରା ସେଇ ଯନ୍ତ୍ରଣା ସବୁକୁ
ବୋହିନିଏ ପୃଥିବୀ ବକ୍ଷକୁ।
ସୃଷ୍ଟି କରି ମର୍ମର ଶବଦ ପତ୍ରମାନଙ୍କର ସଂସ୍ପର୍ଶେ ଆସି
ଝରିପଡେ ସଙ୍ଗୀତର ମୂର୍ଚ୍ଛନା ଜନ୍ମ ନିଏ
ପ୍ରେମର ବାସନା ହୃଦୟରେ ମୋର।
ସୂର୍ଯ୍ୟର ପ୍ରଖର କିରଣେ ଜଳରାଶି ଶୁଷ୍କ ହେବା ପରି
କ୍ଷୟ ହୁଏ ଆୟୁଷ ମୋହର
ଦିନ ଆଉ ରାତି ଅହରହ କରିବାରୁ ଗତି।
ଅଣୁ ପରମାଣୁ ସବୁଠାରେ ବିଦ୍ୟମାନ ତୁମେ।
ମୋ ହୃଦୟେ ଅବସ୍ଥାନ କରି ମୂର୍ଚ୍ଛନାରୁ ସୃଷ୍ଟି କର ସଙ୍ଗୀତର ଭାଷା
ଦୀପରେ ମୁଁ ଶିଖାଟିଏ ହୋଇ ଜଳୁଥିବି
ମୋ ଗୀତରେ ସମାଜକୁ ଦେଖାଇ ଆଲୋକ।
