STORYMIRROR

Dr Simant Kumar Nanda

Inspirational

3  

Dr Simant Kumar Nanda

Inspirational

ଦୀପଶିଖା

ଦୀପଶିଖା

1 min
163

ବିରହ ଦୁଃଖଦ ଯନ୍ତ୍ରଣା

ଯାହା ସବୁ ଅନୁଭୂତ ହୁଏ ଏଇ ଧରିତ୍ରୀରେ 

ବିଶାଳ ଗଗନ କୋଳେ ଖେଳନ୍ତି ସେମାନେ 

ଭିନ୍ନ ଭିନ୍ନ ଆକୃତିରେ ତାରା ମାନଙ୍କ ଗ୍ରହଣରେ ଥାଇ।


ଶ୍ରାବଣ ର ବର୍ଷା ଧାରା ସେଇ ଯନ୍ତ୍ରଣା ସବୁକୁ 

ବୋହିନିଏ ପୃଥିବୀ ବକ୍ଷକୁ।

ସୃଷ୍ଟି କରି ମର୍ମର ଶବଦ ପତ୍ରମାନଙ୍କର ସଂସ୍ପର୍ଶେ ଆସି 

ଝରିପଡେ ସଙ୍ଗୀତର ମୂର୍ଚ୍ଛନା ଜନ୍ମ ନିଏ

ପ୍ରେମର ବାସନା ହୃଦୟରେ ମୋର।


ସୂର୍ଯ୍ୟର ପ୍ରଖର କିରଣେ ଜଳରାଶି ଶୁଷ୍କ ହେବା ପରି 

କ୍ଷୟ ହୁଏ ଆୟୁଷ ମୋହର

ଦିନ ଆଉ ରାତି ଅହରହ କରିବାରୁ ଗତି।

ଅଣୁ ପରମାଣୁ ସବୁଠାରେ ବିଦ୍ୟମାନ ତୁମେ।

ମୋ ହୃଦୟେ ଅବସ୍ଥାନ କରି ମୂର୍ଚ୍ଛନାରୁ ସୃଷ୍ଟି କର ସଙ୍ଗୀତର ଭାଷା

ଦୀପରେ ମୁଁ ଶିଖାଟିଏ ହୋଇ ଜଳୁଥିବି

ମୋ ଗୀତରେ ସମାଜକୁ ଦେଖାଇ ଆଲୋକ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational