STORYMIRROR

Monalisha Panda

Classics

3  

Monalisha Panda

Classics

ଦୀପାବଳୀ

ଦୀପାବଳୀ

1 min
202

କାର୍ତ୍ତିକ ମାସ ର ଅମାବାସ୍ୟା ତିଥିରେ

ପାଳିତ ହୁଏ ଦୀପାବଳୀ ସଭିଙ୍କ ଘରେ ।।

ଜ୍ୱଳନ୍ତ ଦୀପ ମାନଙ୍କ ର ଆକର୍ଷଣୀୟ ଧାଡ଼ି

କାଳୀ ପୂଜା ହେତୁ ପୂଜା ହୁଏ ଗାଡ଼ି ।।

ପ୍ରଜାପାଳକ ଶ୍ରୀ ରାମଚନ୍ଦ୍ର କରିଥିଲେ ଏହି ଦିନ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ

ହିରଣ୍ୟକଶିପୁ କୁ କରି ବଧ ରକ୍ଷା କରିଥିଲେ ପ୍ରହ୍ଲାଦ କୁ ନୃସିଂହ ଭଗବାନ ।।

ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ ହୁଏ ଅନୁଷ୍ଠିତ

ବଡବଡୁଆ ଡକା ହୁଏ ପୁଣି ତା ସହିତ ।।

ନୂତନ ବସ୍ତ୍ର କରି ପରିଧାନ

ଘରେ ଘରେ ଦୀପାବଳୀ ହୁଏ ପାଳନ ।।

ସନ୍ଧ୍ୟା ରେ ଜଳି ଉଠେ ପ୍ରତି ଘରେ ଦୀପାଳି

ବିଜୁଳି ଆଲୋକେ ସାଜ ସଜ୍ଜା ପୁଣି ଭଳିକି ଭଳି ।।

ଦିଏ ଦୀପାବଳୀ ଏକ ସନ୍ଦେଶ ପ୍ରଦାନ

ତ୍ୟାଗ କରି ଅହଂକାର କର ଭ୍ରାତୃତ୍ବ ଭାବ ପ୍ରଦାନ ।।

ନ ଫୁଟାଇ ବାଣ ଘରେ ରୁହ ସୁରକ୍ଷିତ 

ଦୀପ ର ଆଲୋକ ରେ ନିଜ ଭିତରକୁ କର ସଂଶୋଧିତ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics