Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smitarani Barik

Classics

3  

Smitarani Barik

Classics

ଦୀପାବଳୀ

ଦୀପାବଳୀ

1 min
147


ମୋ ଗାଁ ଆଜି ଦୀପାଳି ପାଳୁଛି

ମାଟି ଦୀପ ଜାଗା ଲିଚୁ ନେଇଛି

ଚିକ୍ ଚିକ୍ ଆଲୁଅରେ ହସୁଛି ମୋ ଗାଁ

ମୋ ଗାଁ ଆଜି ଦୀପାଳି ପାଳୁଛି ।


ଲୋଡାନାହିଁ ଆଜି ମହମବତୀ

ଡିବି ଆଲୁଅ ବା ଲଣ୍ଠନବତୀ

ମୋବାଇଲରେ ଫ୍ଲାସ ଲାଇଟ ଅଛି

ମୋ ଗାଁ ଆଜି ଦୀପାଳି ପାଳୁଛି ।


ତାଳଫୋଟକା ତ ହଜିଗଲାଣି

ରକେଟ୍ ହାବେଳି ଜାଗା ନେଲାଣି

ମୋ ଗାଁ ଦାଣ୍ତ ଆଜି ଥରି ଉଠୁଛି

ମୋ ଗାଁ ଆଜି ଦୀପାଳି ପାଳୁଛି ।


ବନ୍ଧୁ ପରିଜନ ଯେତେ ଯେ ଦୂରେ

କାହାରିକୁ କାହିଁ ମନ ନ ଝୁରେ

ହ୍ୱାଟ୍ସପରେ ଉଇସ କରୁଛି

ମୋ ଗାଁ ଆଜି ଦୀପାଳି ପାଳୁଛି ।


କାଉଁରିଆ କାଠି ହାତରେ ଧରି

ବଡ ବଡିଆଙ୍କୁ ସ୍ମରଣ କରି

ଗାଁରେ ଆଜି ଶ୍ରାଦ୍ଧ ହେଉଛି

ମେ ଗାଁ ଆଜି ଦୀପାଳି ପାଳୁଛି ।


ରଙ୍ଗ ବେରଙ୍ଗର ଆଲୋକ ଜାଳି

ଅମାବାସ୍ଯା ଓ ଅନ୍ଧକାରକୁ ଟାଳି

ଦେଖ ମୋ ଗାଁ ହସି ଉଠୁଛି

ମୋ ଗାଁ ଆଜି ଦୀପାଳି ପାଳୁଛି ।


Rate this content
Log in

Similar oriya poem from Classics