Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Golak Bihari Sahoo

Classics

4  

Golak Bihari Sahoo

Classics

ଦୀପାବଳି

ଦୀପାବଳି

1 min
229


ବରଷକେ ଥରେ ଦୀପାବଳି ଆସେ

  ପାର୍ବଣ ଉଲ୍ଲାସ ନେଇ ,

ପୂଜନ୍ତି ହିନ୍ଦୁଏଁଁ ମା' ଲକ୍ଷ୍ମୀ ଦେବୀ 

  ଧନ ଦଉଲତ ପାଇଁ   ।

କାର୍ତ୍ତିକ ମାସର ଅମାବାସ୍ୟା ଦିନ 

  ପାଳନ୍ତିି ସର୍ବେ ଏ ପର୍ବ ,

ଧର୍ମ ଓ ସଂସ୍କୃତି ଭରା ଏ ଦେଶର 

  ପର୍ବ ପର୍ବାଣୀ ତା ଗର୍ବ   ।

ଏ ଦିିିନେ ତିିିଥିରେ ଶ୍ରୀରାମ କରିିିଲେ 

  ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ,

 ଲଙ୍କାଗଡ ଧ୍ବଂସି ରାବଣକୁ ନାଶି

  ସୀତା ମା ସାଥେ ଲକ୍ଷ୍ମଣ  ।

ଅଯୋଧ୍ୟାବାସୀଏଁ ଆନନ୍ଦ ଉଲ୍ଲାସେ

  ଦୀପ ଜାଳିଲେ ଦୁଆରେ,

ସ୍ବାଗତ କରିଲେ ଶ୍ରୀ ରାମ ସୀତାଙ୍କୁ 

  ହୁଳହୁଳିି ଶବଦରେ   ।

ସେଥି ପାଇଁ ତାଙ୍କୁ ସ୍ମରଣ କରୁଛେ

  ଜାଳିି ଦୀପ ଘର ଦ୍ବାର  ,

ଆତସବାଜିରେ ଆନନ୍ଦ ଉଲ୍ଲାସେ 

  ସ୍ମରି ନାମ ରାମଙ୍କର  ।

ଉତ୍ତର ଭାରତେ ପାଞ୍ଚଦିନ ଧରି 

  ଏ ମହାପର୍ବ ପାଳନ୍ତି ,

ଘରକୁ ସଜାଇ ମହାଆଡମ୍ବରେ

  ଲକ୍ଷ୍ମୀଙ୍କ ପୂଜା କରନ୍ତି   ।

ଜଏନ କହେ ଏ ପବିିତ୍ର ଦିିିବସ 

  ମହାବୀରଙ୍କ ନିିିିିିିର୍ବାଣ ,

ଶିଖ ସ୍ମରନ୍ତି ଗୁରୁଗୋବିନ୍ଦଙ୍କୁ 

  ମହା ମୁକ୍ତି ର ଏ ଦିନ  ।

ପୂର୍ବ ଭାରତୀୟ ମହାକାଳୀ ପୂଜେ 

  ଦୁଷ୍ଟର ବିନାଶ ପାଇଁ ,

ଓଡିଶା ମାଟିରେ ପୂଜନ୍ତିି ଓଡ଼ିଆ 

  ପୂର୍ବ ପୁରୁଷଙ୍କୁ ଧ୍ୟାୟୀ  ।

ମହାଳୟା ଦିନ ଆମନ୍ତ୍ରଣ କରି 

  ଆଣନ୍ତି ବଡବଡିଆ ,

ପୂର୍ବ ପୁରୁଷଙ୍କୁ ସ୍ମରନ୍ତି ସଭିଏଁ 

  ଆଶୀଷ ଲୋଡନ୍ତି ଯାହା   ।

ଦୀପାବଳି ସଂଧ୍ୟା ଆସର ଜମଇ

  ବନ୍ଧୁ ପରିିିଜନ ନେଇ ,

କାଉଁରିଆ କାଠି ଜାଳି ଆଲୋକର 

  ବର୍ତ୍ତିକା ଦୁୁୁୁଆରେ ଥୋଇ  ।

ବଡବଡିଆଙ୍କୁ ବିିିିଦାୟ ଦିଅନ୍ତିି 

  ଆଶୀଷ କାମନା କରି ,

ଅମୃତ ଦୃଷ୍ଟିିିରେ ଚାହିଁ ରହିଥାଅ

  ମୋ ପଥ ସୁଗମ କରି  ।

ପ୍ରତ୍ୟେକ ପର୍ବର ଇତିହାସ କହେ 

  ଧର୍ମ ସଂସ୍କୃତିର କଥା ,

ଧର୍ମ ର ବିଜୟ ଅଧର୍ମର ନାଶ 

  ନମ୍ରତାରେ ନୁଏଁ ମଥା  ।

ଯେ ଯେଡେ ଧନୀକ ହେଉ ପରାକ୍ରମୀ 

  ଜ୍ଞାନୀ ବା କ୍ଷମତାଶାଳୀ ,

ଐଶ୍ଵରିକ ଶକ୍ତି ଆଗେ ନୁଏଁ ମଥା

  ସମର୍ପଣେ ମହାବଳୀ  ।

ଜ୍ଞାନ ମାଗେ ଜ୍ଞାନୀ ଧନକୁ ନିର୍ଧନ

  ଅମର ଲୋଡେ ରାବଣ ,

ସାଧୁ ଭିକ୍ଷାକରେ ଜଗତ କଲ୍ୟାଣେ

  ଦୁଷ୍ଟାଚାରୀ ପାପମନ  ।

ଭାରତ ବର୍ଷର ପ୍ରତ୍ୟେକଟି ପର୍ବ 

  ଭରା ଧର୍ମ ସଂସ୍କୃତିରେ ,

ତାହାକୁ ମନରେ ଧାରଣ କରିିିଲେ 

  ଚାଲନ୍ତେ ସତ୍ ପଥରେ  ।

ଆହେ ଗଣେଶ୍ବର ମା ମହାକାଳୀ 

  ଆଲ୍ଲା ଯୀଶୁ ଶ୍ରୀରାମ ,

ଅପସଂସ୍କୃତିର ବିନାଶ କରନ୍ତୁ 

  ଏ ଦେଶେ ଧର୍ମ ସ୍ଥାପିଣ  ।

ସତେ କି ଭାରତ ହେବ ଦେବ ଭୂମି

  ମହାମନୀଷିଙ୍କୁୁ ନେଇ ,

ବିଶ୍ବ ଶାନ୍ତି ବିଶ୍ବ କଲ୍ୟାଣ ସ୍ଥାପନେ

  ତୁମ୍ଭ ଆଶୀର୍ବାଦ ପାଇ  ।।


Rate this content
Log in

Similar oriya poem from Classics