STORYMIRROR

Kusum Panda

Inspirational

3  

Kusum Panda

Inspirational

ଦୀପାବଳି

ଦୀପାବଳି

1 min
168

ଆଜି ଦୀପାବଳି ମନ ଫୁର୍ତ୍ତି ଅଛି

    ଅଗଣା ଫୁଲ ବାସୁଛି

ଧାଡ଼ି ଧାଡ଼ି କରି ଦୀପ ସଜାଡ଼ିବି

    ଅନ୍ଧାର ଯିବ କହୁଛି।


ପିତୃଗଣ ଆମ ସ୍ଵର୍ଗରେ ରହିକି

    ଦେଖୁଥାନ୍ତି ମିଟିମିଟି

କିଏ କେଉଁ ରୂପେ ଶ୍ରାଦ୍ଧ ବାଢ଼ିଥାନ୍ତି

    କଲ୍ୟାଣ ଦିଅନ୍ତି ପ୍ରତି।


ପଞ୍ଚ ମୂରୁଜକୁ ରଙ୍ଗର ଚିତାରେ

   ବୃନ୍ଦାବତୀ ପାଶେ ଆଙ୍କି

ମଣ୍ଡା ପିଠା, ଫଳ ଫୁଲ ଆଦି ଆଣି

   ପୂଜା ଅର୍ଘ୍ୟ ଥାଳି ରଖି।


ମାଆ କାଳୀ ସ୍ଵୟଂ ବିଜେ ହୋଇ ଗୃହେ

   ଖୁସିରେ ଦିଅନ୍ତି ବର

ଦୀପଦାନ ଏକ ମହତ ଉଦ୍ଦେଶ୍ୟ

   ସଭିଏଁ କରନ୍ତି ନର।


 ରାମଚନ୍ଦ୍ର ନିଜେ ରାବଣକୁ ଜିଣି

    ଖୁସିରେ ଆଗ୍ରହ ହୋଇ

 ଏହି ଦିନ ପୂଜା ଅର୍ଚ୍ଚନା ସହିତ

    ଆଲୋକ ବାଢିଲେ ଥୋଇ।

      


Rate this content
Log in

Similar oriya poem from Inspirational