STORYMIRROR

Bishwaranjan Tripathy

Abstract Classics Inspirational

3  

Bishwaranjan Tripathy

Abstract Classics Inspirational

ଦୀପାବଳି

ଦୀପାବଳି

1 min
287

ଆଲୋକର ପର୍ବଅଟେ ଦୀପାବଳି

ପର୍ବପାଳନ୍ତି ସର୍ବେ ଦାଣ୍ଡେ ଦୀପ ଜାଳି।

ଆଲୋକ ମାଳାରେ ଘରକୁ ସଜାନ୍ତି

ପିଠା,ମିଠା ସହ ଉପହାର ଯେ ବାଟନ୍ତି।

ଏହିଦିନେ ମା କାଳି ସହ ମା ଲକ୍ଷ୍ମୀଙ୍କୁ ପୂଜନ୍ତି

ଦେଇ ଧୂପ ନୈବେଦ୍ୟ ଆଶୀର୍ବାଦ ଯେ ଲଭନ୍ତି।

ଆନନ୍ଦେ ବିଭୋର ହୋଇ ଦେଶବାସୀ

ଫୁଟାନ୍ତି ଫୋଟକା ଓ ବାଣ ମିଳିମିଶି।

ଅଟେ ଏହା ଏକ କୃଷିଭିତିକ ପର୍ବ

ଜଳାଇ ଆଲୋକ ନାସନ୍ତି କୀଟ ପୋକ।

ଫସଲ ଅମଳ ଋତୁ ହୋଇଥିବା ହେତୁ

କିଟପତଙ୍ଗଙ୍କ ସଂଖ୍ୟା ପାଇଥାଏ ବୃଦ୍ଧି।

ଅମାବାସ୍ୟା ସହ ମିଶାଇ ପାଞ୍ଚଦିନ

ପର୍ବକୁ ପାଳନ୍ତି ସର୍ବେ କରି ଆନନ୍ଦ ମନ।

ଜଳାଇ ମଶାଲ,ଦିହୁରି,ଦୀପ ଓ ଲଣ୍ଠନ

ପୋକ,କୀଟ,ପତଙ୍ଗ ଯେତେ କରନ୍ତି ଦମନ।

ଜୈନ ଧର୍ମାବଲମ୍ବୀ ମାନନ୍ତି ଏହିଦିନ

କାରଣ ମହାବୀର ଲଭିଥିଲେ ତ ନିର୍ବାଣ।

ଶିଖ ଲୋକମାନେ ପୂଜନ୍ତି ଏହିଦିନ

ବନ୍ଦୀଛୋଡ ଦିବସ ରୂପେ କରନ୍ତି ପାଳନ।

ଏହିଦିନେ ପ୍ରଭୁ ରାମଚନ୍ଦ୍ର,ରାବଣକୁ ମାରି

ଫେରିଥିଲେ ଅଯୋଧ୍ୟା ମାତା ସୀତାଙ୍କୁ ଧରି।

ଶ୍ରୀରାମଙ୍କ ଅସତ୍ୟ ଉପରେ ସତ୍ୟର ବିଜୟକୁ ଦେଖି

ଜାଳିଥିଲେ ଦୀପ ଏକାଠି ହୋଇ ଅଯୋଧ୍ୟା ବାସୀ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract