Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUKANTA KHANDA

Abstract

3  

SUKANTA KHANDA

Abstract

ଦୀପାବଳି

ଦୀପାବଳି

1 min
125



ବର୍ଷକରେ ଆଜି ଆସିଛି ବୋଲି

ଗାଆଁରୁ ସହର ଉଛୁଳେ ଖାଲି।

ବଡ଼ ବଡୁଆଙ୍କୁ ଦେବା ପଠେଇ

ପିତୃ ଓ ମାତୃଙ୍କୁ କ୍ଷୀରି ଖୁଆଇ।

ଦୀପ ଦାନ କରି ଭକ୍ତିର ସହ

ମନ ହୃଦୟକୁ ଖୁସିରେ ରୁହ।

ବଳୀ ଚଢ଼ାଇବା ଅହଙ୍କାରକୁ

ସ୍ବଚ୍ଛତା ଜୀବନ ନେବା ହାତକୁ।

ଶପଥ କରିବା ମା'କାଳୀ ଆଗେ

ଧର୍ମ ଧରିନେବା ପ୍ରେମରୁ ଭାଗେ।

ଅନ୍ଧକାର ପାଖୁ ଦେବା ଦୂରେଇ

ଆଲୋକ ପଥରେ ଯିବା ଆଗେଇ।

ଜଗତେ ଚାଲିବା ସତ୍ୟ ପଥରେ

ମିଥ୍ୟା କଳୁଷତା ଫିଙ୍ଗିବା ଦୂରେ।

ପ୍ରଫୁଲ୍ଲ ମନରେ ଗାଇବା ଗୀତ

ସଭିଏଁ ସଭିଙ୍କ ହୋଇବା ମିତ।

ଦୀପାବଳି ହେଉ ମଙ୍ଗଳମୟ

ସଭିଙ୍କ ପାଖରୁ ପଳାଉ ଭୟ।

ଆସରେ ସଭିଏଁ ପ୍ରାର୍ଥନା କରି

ଦୀପାବଳି ପର୍ବ ପାଳିବା ଧରି।

         


Rate this content
Log in

Similar oriya poem from Abstract