STORYMIRROR

Pranati Mahapatra

Children

4  

Pranati Mahapatra

Children

ଦୀନକୃଷ୍ଣ ଦାସ

ଦୀନକୃଷ୍ଣ ଦାସ

1 min
339


ଭକ୍ତକବି ଭାବେ ଦୀନକୃଷ୍ଣ ଦାସ

ନାମେ ଅତି ପରିଚିତ,

ଶପ୍ତଦଶ ଶତାବ୍ଦୀର ରୀତିକବି

ବହୁ ଭାବେ ଜନାଦୃତ,

କୃଷ୍ଣଲୀଳା ସମ୍ବଳିତ

ରସକଲ୍ଲୋଳରୁ ରସ ଆସ୍ଵାଦନ

ଏବେବି କରେ ଜଗତ।


ଓଡ଼ିଶାର ବାଲେଶ୍ବର ଜିଲ୍ଲା ଅନ୍ତ

ର୍ଗତ ଜଳେଶ୍ବର ଜନ୍ମ,

ବାଲ୍ୟରୁ ଶ୍ରୀକ୍ଷେତ୍ର ଧାମରେ ମଠ ଯେ

ବାସସ୍ଥାନ ଅଧ୍ୟୟନ,

 ସୃଷ୍ଟିର ଶ୍ରେଷ୍ଠତ୍ଵ ପୁଣ

ଆନ କବି ପରି ରାଜା ସମ୍ମୁଖରେ

 ଭଣିତା ନ କରନ୍ତି ଜାଣ।


 ହେଲେ ଶରବ୍ୟ ଶିକାର ଦୀନକୃଷ୍ଣ

 ନିତ୍ୟ ସର୍ବସମ୍ମୁଖରେ ,

ଉପାଧି କି ପୁରସ୍କାର ଆଶା ନାହିଁ

କେବଳ ସୃଷ୍ଟି ଶ୍ରେଷ୍ଠରେ,

ଅଷ୍ଟାଦଶ ଶତାବ୍ଦୀରେ

 ଦାଢ୍ୟତାଭକ୍ତି ରସାମୃତେ ରାମଦାସ 

ଲେଖେ ଦୀନକୃଷ୍ଣ ବିଷୟରେ।


ରାଜା ମୁଗ୍ଧ ଥିଲେ ଦୀନକୃଷ୍ଣ ରଚ-

ନାରେ ଦେଲେ ଯେ ପ୍ରସ୍ତାବ,

ଲେଖିଲେ ନୃପତି ବିଷୟେ କବିତା

ନାନା ପୁରସ୍କୃତ ହେବ,

ଦାସେ ଯେ ରୁଗ୍ଣ ଓ ଗରିବ 

କେବଳ ପ୍ରଭୁ ପାଇଁ ଲେଖେ ବୋଲି

କରିଲେ ହେୟ ଭାବ।


ପଣ୍ଡିତଙ୍କ ଚକ୍ରାନ୍ତ ଶିକାରେ ହୋଇ

 ଭୋଗିଲେ କାରାବାସ,

ଜୀବନ ସଙ୍କଟାପନ୍ନ ପୁଣ ଭୋଗି

ଅନାହାର ଭୋକଶୋଷ,

ମିଷ୍ଟାନ୍ନ ଦେଲେ ପୀତବାସ

ମୁକ୍ତ କର ହେ ନରେଶ ବୋଲି

ପ୍ରଭୁଙ୍କର ସ୍ଵପ୍ନାଦେଶ।


ବିପଦ ଆସିଲା ଓଡ଼ିଆ ଭାଷାକୁ

ଭାଷା ପ୍ରୀତିର ଜାଗରଣ,

କବି ଭରତଚନ୍ଦ୍ର ସାଥେ ଦୀନକୃଷ୍ଣ

ତୁଳନାତ୍ମକ ଆକଳନ,

ଦୀନକୃଷ୍ଣଙ୍କ ସାହିତ୍ୟ

ଅତ୍ୟନ୍ତ ଉନ୍ନତ ହେଲା ପ୍ରମାଣିତ

ହୋଇଅଛି ତା' ବର୍ଣ୍ଣନ।


ରଚନା ଚାତୁରୀ ଭାଷା ବିଭାବରୀ

ବର୍ଣ୍ଣନା, ଶ୍ଲେଷ ଓ ଯମକ,

ରଚନା ସମସ୍ତ ଭରତଚନ୍ଦ୍ରଙ୍କ ସୃଷ୍ଟି

ପରାକାଷ୍ଠା ଯେ ଅଧିକ,

ରସକଲ୍ଲୋଳ ନାମକ

ଓଡିଶାକୁ ବଙ୍ଗଳାରେ ମିଶାଇବା

ଅପଚେଷ୍ଟା ପ୍ରମାଣିତ।


କବି ଦୀନକୃଷ୍ଣ ରଚନାରେ ଥିଲା

ପୁରାଣ, ଶାସ୍ତ୍ରୀୟ, ପରମ୍ପରା,

ସ୍ଵାଭିମାନ ନ ହରାଇବାର ଚେତା-

ବନୀ ଦେଇଥିଲେ ପରା,

ଧନ ଲୋଭୀ ହେଲେ କବି

ଛାତିରେ ମାରିବା କାତି ଭଳି ଦଶା

ଭୋଗିବ ନିଶ୍ଚେ ବିଚରା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children