Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nibedita Mishra

Inspirational

4.5  

Nibedita Mishra

Inspirational

ଦିଗନ୍ତର ଯାତ୍ରାପଥେ

ଦିଗନ୍ତର ଯାତ୍ରାପଥେ

1 min
400



ଗ୍ରହ ,ନକ୍ଷତ୍ର,ସାଗର ସବୁକିଛି ଗତିଶୀଳ

ସମସ୍ତେ ଚାଲିଛନ୍ତି ଆଗକୁ ଆଗକୁ

ଚାଲିବା ଯେହେତୁ ସଂସାରର ନିୟମ ।


ଜନ୍ମ ଠାରୁ ମୃତ୍ଯୁ ପର୍ଯ୍ଯନ୍ତ ଅହରହ

ଚାଲିଥାଏ ଏକ ଯାତ୍ରା କ୍ରମଶଃ 

ନାଆଁଟା ଯାହାର ଅଟେ ଜୀବନ ।


ଅସମ୍ଭାବୀ ପ୍ରାୟ ପ୍ରତୀତ ପ୍ରତିଟି ଇଚ୍ଛା ଓଲକ୍ଷ୍ଯ

ସୀମିତ ସମୟର ଚକ୍ରବ୍ଯୁହେ ଛନ୍ଦା ବନ୍ଧା

ତଥାପି ଅଣନିଃଶ୍ବାସୀ ପ୍ରତିଟି ଜୀବ ଧାବମାନ ।


କିଏ ପେଟଲାଗି କିଏ ଭୋକ ଲାଗି

ଦୌଡି ଚାଲିଛନ୍ତି ସମସ୍ତେ ପଥପରେ

ଜାବୁଡି ଧରି ନିଜ ନିଜର ସ୍ବାଭିମାନ ।


ବିଶ୍ବାସ ଅବିଶ୍ବାସ ର ଛକାପଞ୍ଝା ଭିତରେ

ପ୍ରେମ ଓ ଡପ୍ରତାରଣାର ଲୁଚକାଳି ଖେଳ

ତଥାପି"ମୁଁ"ବୋଲି ସଂକଳ୍ପଟିଏ ବିଦ୍ଯମାନ ।


ସଂଘର୍ଷମୟ ପ୍ରତିଟି ବିତିଯାଉଥିବା ମୂହୁର୍ତ୍ତ 

ଆଶାୟୀ ତଥାପି ଆଗକୁ ବଢୁଥିବା ପାଦ

ପ୍ରୟାସ ଥାଏ ସଦା ଛାଡିଯିବାକୁ ସ୍ମୃତିଚିହ୍ନ ।


ଥକି ନ ଯାଇ ଆଗକୁ ବଢିବାକୁ ହେବ

ଲଘଂଯିବାକୁ ହେବ ପଥ ନ ହୋଇ କ୍ଳାନ୍ତ

ଏ ଏକ ଯାତ୍ରା ଯାହା ବିସ୍ତୃତ ଦୂରଦିଗନ୍ତ ।


ଲମ୍ବିଛି ପଥ ଅନନ୍ତ ବିସ୍ତୃତ ସୀମାରେଖା ସହ,

ଆଗେଇ ଯିବାକୁ ହେବ ଆଗଭର ହୋଇ

 ସାଜି ଏକ ଅଭିପ୍ ସିତ ବାର୍ତ୍ତାବହ ।


ନିଃଶ୍ବାସର ହିସାବ ନିକାସ ସରିବା ଆଗରୁ

କରି ନେବାକୁ ହେବ ହାସିଲ ଜନ୍ମ ର ସିଦ୍ଧାନ୍ତ

ଅବଶୋଷ ନ ଥିବ ପିଣ୍ଡରୁ ଗଲାବେଳେ ପ୍ରାଣ ।


ରଚିଯିବାକୁ ହେବ ଏକ ନୂଆ ଇତିହାସ

ଯାହାକୁ ଝୁରିବେ ଏ ସାରା ଜଗତ ବାସୀ

ଲିପିବଦ୍ଧ ହେଇ ରହିଯିବ ସ୍ବାକ୍ଷର ସ୍ବର୍ଣୀମ ।



Rate this content
Log in

Similar oriya poem from Inspirational