STORYMIRROR

Sunanda Mohanty

Abstract Inspirational Others

4  

Sunanda Mohanty

Abstract Inspirational Others

ଦିଗନ୍ତର ଯାତ୍ରା ପଥେ

ଦିଗନ୍ତର ଯାତ୍ରା ପଥେ

1 min
282

ଇଛା ହୁଏ ଚାଲି ଯାଆନ୍ତି ମୁଁ ଦିଗନ୍ତର ଯାତ୍ରା ପଥେ 

ଗୋଟାଇ ନିଅନ୍ତି ସ୍ବପ୍ନ,ବାସ୍ତବତା ଫେଣ୍ଟି ନିଜ ସାଥେ 

ପଥରେ ଯେତେକ ପଥିକ ନିଜର ଲାଗନ୍ତେ କେତେ 

ସ୍ୱାର୍ଥ ର ଉର୍ଦ୍ଧରେ ଦୂର ଦିଗବଳୟରେ ତାରା ଆଖି ମାରେ ମତେ 

ମନ ଉପବନେ ତାଜା ଗୋଲାପ ପାଖୁଡା ଫୁଟୁଥାନ୍ତା ଅବିରତେ 

ସବୁ ଜଞ୍ଜାଳ କୁ ପଛରେ ପକାଇ ଦେଖନ୍ତି ସୌନ୍ଦର୍ଯ୍ୟ କେତେ 

ସୃଷ୍ଟିରେ ବିଛାଡ଼ି ରଖିଛନ୍ତି ସ୍ରଷ୍ଠା ଜ୍ଞାନର ଭଣ୍ଡାର ଯେତେ 

ହେଉ ତାହା ନଦୀ ପର୍ବତ ସମୁଦ୍ର ଝରଣା ମାଗନ୍ତି ଦେବେକି ମତେ 

ସେଇସବୁ ଶବ୍ଦ ସଜାଇ ଲେଖନ୍ତି ପରପିଢ଼ି ପାଇଁ କେତେ 

କାଳଜୟୀ ହୁଏ କି ନହୁଏ ଜ୍ଞାନ ପିପାସାର ସ୍ରୋତେ 

ଥରକୁ ଥର ମୁଁ ଉଠି ପଡି ଝୁଣ୍ଟି ପଚାରୁଥାନ୍ତି ମତେ 

ସ୍ରଷ୍ଟାଙ୍କ ସୃଷ୍ଟି ରେ ଆଉ କେତେ ଅଛି ଯିବା କି ଦେଖି ନେତ୍ରେ 

ଯାଉ ଯାଉ ଯେତେ ଜ୍ଞାନ ଗାରିମା ମୁଁ ଗୋଟେଇ ସଫଳ ସତେ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract