STORYMIRROR

Chinmaya Kumar Nayak

Abstract Fantasy

4  

Chinmaya Kumar Nayak

Abstract Fantasy

ଦିଗନ୍ତ ଅଭିମୁଖେ

ଦିଗନ୍ତ ଅଭିମୁଖେ

1 min
429

ଦିଗନ୍ତର ପଥେ ଲମ୍ବି ଯାଇଥିବା 

ଧୂସର ସେ ସରୁ ଚଲା ବାଟ,

ଟାଣି ନିଏ ଧୀରେ ପ୍ରଲୋଭିତ କରି 

ଅଛି ସେଠି ଏକ ମୁଦା କବାଟ। 


ଦୁରୁ ଦିଶୁଥିବା ପାହାଡ଼ରୁ ଶୁଭେ 

ହଜି ଯାଇଥିବା ସ୍ୱର ମୋର,

ଫେରିଆସେ ପ୍ରତିଧ୍ୱନୀ କହିଥିଲି 

ବହୁଦିନ ତଳେ କାନେ ତାର।


ପାହାଡ଼ ସେପାଖେ ଦୁନିଆଟେ ଅଛି 

ଦେଖିଥିଲି ଦିନେ ସପନରେ,

ମନ ଭରି ସୁଖ କରିଥିଲି ଚୋରି 

ଲୋଭନୀୟ ତାର ଇଲାକାରେ।


ସେଥିପାଇଁ ଲାଳାୟିତ ଦେଖିବାକୁ 

ଦିଗନ୍ତର ସେଇ ଧୂମ୍ର ରେଖା,

ବାସ୍ତବ ତା ସୌନ୍ଦର୍ଯ୍ୟରେ ଯା'ନ୍ତି ବୁଡ଼ି 

ଦେଖି ସେ ଅଦେଖା ଚିତ୍ରଲେଖା।


ନିଇତି ଦେଖେ ମୁଁ ନୂଆ ସୂର୍ଯ୍ୟଟିଏ 

ଉହାଡ଼ରୁ କେହି ଉଡ଼ାଇ ଦିଏ,

ପାହାଡ଼ ସେପାଖ ଚକ୍ରବାଳେ ବୋଧେ 

ଅଛି କେହି ଦେବ-ଶିଳ୍ପୀଟିଏ। 


ସେଇ ଲୋହିତ କନ୍ଦୁକ ମୋହଗ୍ରସ୍ତ ହୋଇ 

ଦିଗନ୍ତକୁ ଏଇ ଯାତ୍ରା ଲୋଭ,

ନାରଙ୍ଗୀ ତା ଝରା ସିନ୍ଦୁର ମାୟାରେ 

ତୁଛା ଲାଗେ ଯେତେ କ୍ଷତି ଲାଭ। 


ଦିଗନ୍ତକୁ ଧୀରେ ଆଉଜି ଶାୟିତ 

ଘନ ଲୋମାବୃତ ସିଂହ ସମ,

ପାହାଡ଼ର ସେଇ ବୀର ଠାଣି ଦେଖି 

ମୁଁ ଉତ୍ସାହିତ ହୁଏ ଅପ୍ରତିମ।


ଦିଗନ୍ତର ସେଇ ଶୁଭ୍ର ଅଗଣାରେ 

ତୋଳିବି କି ଯାଇ ଘରଟିଏ,

କୁହୁଡ଼ିର ଚାରି କାନ୍ଥ ଘେରି ଦେବି 

ଆକାଶର ନୀଳ ଛାତଟିଏ।


ନୀଳ ପରଦାରେ ଆଙ୍କି ହୁଏ ସେଠି 

ଇନ୍ଦ୍ରଧନୁର ରଙ୍ଗ ଛଟା,

ଧୂସର ସବୁଜ ରଙ୍ଗ ଯାଏ ମିଶି 

ଶ୍ଵେତ ଝିନ ତଳେ ଭିନ୍ନ ସତ୍ତା। 


ବନ୍ଧୁର ଯେତେ ପଥ ପାର ହେବି 

ଦିଗନ୍ତର ସେଇ ସ୍ୱପ୍ନ ପାଇଁ,

ନୀଳ ଆଖିରେ ମୋ ନୀଳ ଆଶା ସବୁ 

ଫୁଟି ଯାଉ ହୋଇ ନୀଳ କଇଁ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract