STORYMIRROR

Goutam Mohanty

Abstract

2  

Goutam Mohanty

Abstract

ଦ୍ଵିଧା

ଦ୍ଵିଧା

1 min
2.7K

ତଥାପି ମନ ଚଞ୍ଚଳ

ଏ ଡାଳ ରୁ ସେ ଡାଳ


କେବେ ତୋ ବଂଶୀ

ଶୁଣିବାକୁ ହୁଏ ଆକୁଳ


ପୁଣି ବ୍ୟାକୁଳିତ ହୁଏ

ଚୁମ୍ବନ କରିବାକୁ କେବେ

ପ୍ରେମିକା ଆଖିର କଜ୍ଜ୍ୱଳ

ଶୁଅନ୍ତି ଆବୋରି ନେଇ

ପ୍ରେମିକାର ଘନକୃଷ୍ଣ ଚୁଳ


ଏ ଦୌଦୁଲ୍ୟମାନ ଅବସ୍ଥାରେ

ମୁଁ ଭୋଗିଛି ଖାଲି ପରାଭଵ

ପ୍ରଣୟର ଅଭିସାର ପଥରେ

ବିଭୁପଦରୁ କକ୍ଷଚ୍ୟୁତ ହୋଇ

ବିସ୍ମରିଛି ଆଦିପୁରୁଷଙ୍କ ବାକ୍ୟ

ଯେସନେ ବିଚଳିତ ସାଧକ


ପୁନଃ ପଶ୍ଚାତ୍ତାପରେ ଚିନ୍ତିଛି

ଇହକାଳର ପ୍ରଣୟ-ସୁଧା-ପାନ

କିବା ମୋ ନିମିତ୍ତ ପର୍ଯ୍ୟାପ୍ତ


ପୁଣି ମୁଁ ଲୋଡିବାକୁ ଲାଗେ

ବିଭୁ-ପ୍ରେମ-ଫଲ୍ଗୁର ଧାରାସ୍ରୋତ

ଇହକାଳର ପ୍ରଣୟକୁ ଭୁଲି

ବେହିସାଵ ଦିନ,ମାସ ଆଉ ବର୍ଷ


କାଳନ୍ତରରେ ମୋ ଅଜାଣତେ

ମୋ ନାମରେ ଯୋଡିଯାଏ

ଗୋଟିଏ ଉପାଧିଏ ଶବ୍ଦ

ମୁଁ କାହା ପ୍ରେମରେ ପଳାତକ

କଣ ବା ଅଛି ସେଥିରେ ମୋର

ଯଦି ମୁଁ ସେଇ କଳଙ୍କିତ ନାୟକ          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract