STORYMIRROR

RUNALAILA MOHANTA

Classics Inspirational Children

4  

RUNALAILA MOHANTA

Classics Inspirational Children

ଦିବ୍ୟପୁତ୍ର

ଦିବ୍ୟପୁତ୍ର

2 mins
230


ସିଦ୍ଧାର୍ଥ ରୁ ଗୌତମ

            ତାପରେ ହୋଇଲେ ବୁଦ୍ଧ


ପାଞ୍ଚଶହ ତେଷଠି ଶତାବ୍ଦୀ ପୂର୍ବରୁ

       ଲୁମ୍ବିନୀ ବନରେ ହୋଇଥିଲେ ଜନମ


ଜନମ ଆଗରୁ ଜନନୀଙ୍କ ଆଖିକୁ ଆସିଲା ସପନ

ଛ'ଶୁଣ୍ଢ ଧାରୀ ଧବଳ ହସ୍ତୀ କଲା ପେଟକୁ ଗମନ ।


ରଙ୍ଗରେ ରଙ୍ଗାୟିତ ହୋଇ

          ରାଇଜବାସୀ କଲେ ଖୁସି ପାଳନ


ଭବିଷ୍ୟବାଣୀ ଦେଲେ ମହାପଣ୍ଡିତ ଗଣ

        ବଡ ହୋଇ ସୁତ ହେବ ୠଷି ମହାନ


କରିବ ଦିନେ ସେ ଧର୍ମର ସ୍ଥାପନା

          ହୋଇବ ନାହିଁ ସମ୍ରାଟ କି ରାଜନ


ଆସିଲା ସେ ଦିନ ଦିବ୍ୟପୁତ୍ର ନେଲେ ଜନମ

ସିଦ୍ଧାର୍ଥଙ୍କୁ ଛାଡି ମାତା ମାୟାଦେବୀ କଲେ ସ୍ୱର୍ଗ ଗମନ ।


ପ୍ରଜାପତି ଗୌତମୀଙ୍କ ସଂସ୍କାରେ

             ବଢିଲେ ପ୍ରିୟ କୁମାର ଗୌତମ


କରିଲେ ତନୟ ଯୌବନରେ ପଦାର୍ପଣ

       ବିବାହକୁ ନେଇ ଚିନ୍ତିଲେ ପିତା ଶୁଦ୍ଧଧନ


ଶୁଭ ଦିନ ସେ ଆସିଲା ରାଜଉଆସର 

       କୁଳବୋଧୁ ସାଜିଲେ ଦେବୀ ଯଶୋଧାରା


ଧର୍ମପତ୍ନୀ ସାଥେ ହୋଇଲେ ପ୍ରିୟମିତ୍ର ପରା

     କପିଳବାସ୍ତୁର ରାଜନନ୍ଦନ ହୋଇଲେ ରାହୁଳ


ଲୋକଙ୍କ ଦୁଃଖ କଷ୍ଟ ଦେଖି

              ଗୌତମ ଥିଲେ ବିଚଳିତ

ରୋଗଗ୍ରସ୍ତ ଚିନ୍ତା କ୍ଳେଶ 

            ପରେ ଜୀବନ ଶ୍ମଶାନରେ ଶେଷ ।


ଜୀବନ ମୃତ୍ୟୁର ରହସ୍ୟ ପାଇଁ

            ଶେଷରେ ନେଲେ ନିଷ୍ପତି ମହାନ

ମୋକ୍ଷ ପ୍ରାପ୍ତି ପାଇଁ ଛାଡ଼ିଲେ 

              ପତ୍ନୀ ପୁତ୍ର ଆଉ ଧନଜନ ।


ଆଗେଇ ଚାଲିଲେ ସତ୍ୟ ପଥରେ

                ରଖି ଉଦ୍ଦେଶ୍ୟ ମହାନ

ଜ୍ଞାନ ଆହରଣ କରି ଖୋଜିବେ 

                 କିପରି ମୁକତିର ମାର୍ଗ ।


ପରମଚକ୍ରର ଗତିମାନ ପାଇଁ

               ସାହସର ସହ ଜାଗରୁକ ରହି

ସାରନାଥ ରେ କଲେ 

                 ଧର୍ମ ଚକ୍ର ର ସ୍ଥାପନା ।


ସତ୍ୟର ଅନୁସନ୍ଧାନ ପାଇଁ

                 ଇନ୍ଦ୍ରିୟ କୁ କରି ଦମନ

ମାନବ ଜାତି କୁ କଲେ 

                ମୁକତି ପାଇଁ ମାର୍ଗ ଦର୍ଶନ ।


ଖାଦ୍ୟାଭାବରେ ସିଦ୍ଧାର୍ଥ 

                ଦିନକୁ ଦିନ ହେଲେ ଋଗ୍ଣ

ନଗର ପ୍ରମୁଖ ନନ୍ଦାଙ୍କ ପୁତ୍ରୀ

             ସୁଜାତା କଲେ ତାଙ୍କ କ୍ଷୁଧା ଶାନ୍ତ ।


ଅଶ୍ବସ୍ତ ଗଛତଳେ ପ୍ରାପ୍ତ ହେଲା ଦିବ୍ୟ ଜ୍ଞାନ

     ସେଦିନୁ ଗୌତମ ହୋଇଲେ ତଥାଗତ ବୁଦ୍ଧ


ବିମ୍ବିସାରଙ୍କୁ ମିଳିଲା ଜ୍ଞାନ ମାର୍ଗର ନୂଆ ସୋପାନ

      ଖୁସିମନେ ଭେଟି ଦେଲେ ସୁନ୍ଦର ବେଡୁବନ


ମହାନ ମହାନ ଋଷିଗଣ ନେଲେ ତାଙ୍କ ସରଣ

   ଜାଣିଲେ ଯେବେ ସବୁ ଅସ୍ଥାୟୀ ଦୁଃଖର କାରଣ ।


ଦେବଦତ୍ତ ସଂକେତ ରେ 

              ଅଯାତଶତୃ କଲେ ପିତୃ ହତ୍ୟା

ସତ୍ୟ ଓ ତ୍ୟାଗର ପ୍ରେରଣା 

               ଦେଇ କଲେ ବୁଦ୍ଧ ରକ୍ଷା


ଅନାଥପିଣ୍ଡକ ବୁଦ୍ଧଙ୍କ ପରୀକ୍ଷା 

               ନେଲେ ଆସି ଛଦ୍ମ ବେଶେ

ବୁଦ୍ଧଙ୍କ ମୁହଁ ରୁ ସୁଦତ୍ତ ନାମ ଶୁଣି 

               ଦୂର ହେଲା ସନ୍ଦେହ ସତେ

ଭୂମି ସମ ସ୍ଵର୍ଣ୍ଣ ମୁଦ୍ରା ହରାଇ 

              ବୁଦ୍ଧଙ୍କୁ କଲେ ଚେତବନ ଦାନ ।


ବୈଶାଳୀର ଆମ୍ବରୂପାଲି ଡାକରେ

                ଗଲେ ବୁଦ୍ଧ ଗୃହ କୁ ତାର

ବେଶ୍ୟା ହାତରୁ ଭିକ୍ଷା ଗ୍ରହଣ କରି

            ଜୀବନ ଚକ୍ରରୁ ତାକୁ କଲେ ମୁକ୍ତ


ଆଙ୍ଗୁଠିମାଳଧାରୀ ହିଂସ୍ର ଅଶାନ୍ତ ମାନବକୁ

         ଅଙ୍ଗୁଳିମାଳରୁ କଲେ ଶାନ୍ତ ଅହିଂସକ


ଜୀବନର ଶେଷ ଶତ ଦିନ ଆଗରୁ

           ବୈଶାଳୀ ଛାଡ଼ି ଗଲେ କୁଶିନଗର


ଅନ୍ତିମ କ୍ଷୁଧା ମେଣ୍ଟାଇଲା ଚଣ୍ଡୁଙ୍କ ଭିକ୍ଷା

    ଧ୍ୟାନରେ ସଦାପାଇଁ ଗଲେ ଆମକୁ ଦେଇ ଶିକ୍ଷା


ଚାରିଶହ ତେୟାଅଶି ଶତାବ୍ଦୀ ପୂର୍ବରୁ

         ନିର୍ବାଣ ପ୍ରାପ୍ତି କଲେ ତଥାଗତ ବୁଦ୍ଧ


ଘୃଣା ହିଂସା ଅଶାନ୍ତ ଭୟରୁ

            ଦୂର କଲା ତାଙ୍କ ପବିତ୍ର ମାର୍ଗ


ଯାହାଙ୍କ ଦିକ୍ଷାଶିକ୍ଷା ଚଣ୍ଡାଶୋକକୁ କଲା ଧର୍ମାଶୋକ

      ବୌଦ୍ଧ ଧର୍ମ ସ୍ଥାପନକାରୀ ସେ ବୁଦ୍ଧ ଦେବ ।


      


Rate this content
Log in

Similar oriya poem from Classics