STORYMIRROR

ବଳରାମ ବାରିକ

Inspirational Others

3  

ବଳରାମ ବାରିକ

Inspirational Others

ଦିବ୍ୟାଙ୍ଗ କାଳିଆ

ଦିବ୍ୟାଙ୍ଗ କାଳିଆ

1 min
14.2K


ମୋ କାଳିଆ ଅଟଇ ଦିବ୍ୟାଙ୍ଗ ପରା ଲୋ ଚଉଦିଗେ ହୁରି ପଡୁଛି।

ଅଧାଗଢ଼ା ପରମ ବ୍ରହ୍ମ ଏ ଦୁନିଆ କହୁଛି।

ବଡ଼ ବଡ଼ ଡୋଳା ତାର ସବୁ କିଛି ଦେଖୁଛି।

ପଲକ ପଡୁନି ସେ ଶୋଇ ପଡୁଛି।

କାନ ନାହିଁ ବଳରାମ ଦାସ ଡାକ ଶୁଣିଛି।

ସେ ବଡ଼ ଦାଣ୍ଡେ ରଥକୁ ଠିଆ କରିଛି।

ହାତ ନାହିଁ ଦାସିଆର ନଡିଆ ନେଇଛି।

ପାଦ ନାହିଁ ,ବନ୍ଧୁ ମହାନ୍ତିକୁ ଭୋଗ ବାଢ଼ିଛି।

ପେଟ ନାହିଁ ତାର ଷାଠିଏ ପଉଟି ଖାଉଛି।

ଓଠ ନାହିଁ ତାର ଖିଲି ଖିଲି ହସୁଛି।

ସେ ଦୁନିଆକୁ କହି ଦେଉଛି....

ହେୟମଣ ନାହିଁ ଦିବ୍ୟାଙ୍ଗ ଜନଙ୍କୁ

ସେ ପରା ପୂର୍ଣ୍ଣତାର ଛବି ଆଙ୍କୁଛି।

ସେ ଚେତାଇ ଦେଉଛି...

ଦିବ୍ୟାଙ୍ଗ ଅଟନ୍ତି ମୋ ପରି ପୁଣି ,

ଅଭିଶାପ ନୁହନ୍ତି ସିଏ ,ତାଙ୍କ ଠାରେ ମୋ କଳା ରହୁଛି।

ତାଙ୍କୁ ସେବା କଲେ ମୋର ପୂଜା ହେଉଛି।

ତାଙ୍କ ଓଠେ ହସ ମୋ ମନେ ଖୁସି ଭରୁଛି।

ମିଳିଲେ ପ୍ରତିଷ୍ଠା ଏ ଜଗତରେ ତାଙ୍କୁ ,

ମୋ ରଥଯାତରା ସଫଳ ହେଉଛି।

ସେ ଅଟନ୍ତି ସମର୍ଥ ତାଙ୍କୁ ଆଶିଷ ଦେଉଛି।

✍ବଳରାମ ବାରିକ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational