ଦିବ୍ୟ ମହୌଷଧି
ଦିବ୍ୟ ମହୌଷଧି
ମନ ଉଦ୍ୟାନରେ ସୁଖ ପୁଷ୍ପ ଯେବେ
ତନୁ ଲହରାଇ ଦିଏ,
ଖିଏ ହସ ଆସି ଓଠ ଇଲାକାରେ
ଆପେ ଲେସି ହୋଇଯାଏ ।
ମୁଖକାନ୍ତି ଶୋଭା ବଢାଇ ତା ଆଭା
ବିଚ୍ଛୁରିତ କରେ ହସ,
ଆପଣା ପଣଟି ଚତୁର୍ଦ୍ଦିଗେ ଖେଳେ
ଦୂରେ ଠେଲି ରାଗରୋଷ ।
ସୁଚିନ୍ତାଧାରା ଯୋଗ ହୋଇଯାଏ
ବିଯୁକ୍ତକୁ କରି ଦୂର,
ପ୍ରତିଟି କର୍ମରେ ଭରିଯାଏ ସ୍ପୄହା
କରିବାକୁ ତତପର ।
ଦେହ ଅବସାଦ ଅପସରି ଯାଏ
ମନ ସ୍ଥିତି ସ୍ଥିର ହୁଏ,
ନିଜ ଆଖପାଖ ଅବା ଚତୁର୍ଦ୍ଦିଗ
ଉଲ୍ଲାସରେ ଭରିଯାଏ ।
ହସ ଶରୀରର ଶ୍ରେଷ୍ଠ ଅଳଙ୍କାର
ସୁଖ ଶାନ୍ତି ଦିଏ ଭରି,
ମୂଲ ତା ଅମୂଲ ବିନା ମୂଲ୍ୟେ ମିଳେ
ବିହୁନେ ଅଧୁରା ଶିରୀ ।
ମାନବଜାତିକୁ ଦେଇଛନ୍ତି ବିଭୁ
ଦିବ୍ୟ ମହୌଷଧି ହସ,
ତାହାର ପରଶେ ଲାଗେ ସବୁ ସୁଧା
ସତେ ସଞ୍ଜୀବନି ରସ ।