STORYMIRROR

Sunanda Mohanty

Abstract Classics Thriller

4  

Sunanda Mohanty

Abstract Classics Thriller

ଦିବ୍ୟ ଚେତନାରେ

ଦିବ୍ୟ ଚେତନାରେ

1 min
264

ନୀଳଜହ୍ନ ନୀଳିମାରୁ ନୀଳ ଟିକେ ମାଖି 

ଦେଖୁଥିଲି ଦୁଇ ଚକା ଆଖି 

କଳଙ୍କର କାଳିମାରୁ କଲମରେ ଯୋଖି 

ଚକା ଆଖି ଦୁଇରେ ଗଲି ଲାଖି 

ଜହ୍ନ ଆଉ ମୁଁ ଚିହ୍ନ ହୋଇ ରହିଥିଲୁ ପାଖାପାଖି 

କିଏ କହେ ଜାଣିଛି ସବୁ ଚକାଆଖି 

କଳା ଜହ୍ନ କାକଳୀ ଭେଦି ପରଂବ୍ରହ୍ମ ଦିଏ ଲେଖି 

ଧାରେ ହସ ଭିତରେ ମୁରୁକି ହସେ ଚକା ଆଖି 

ଦେବଦାସୀ ନୁପୁରରେ ସାତସ୍ୱର ଲୟ ତାଳ ମାଖି 

କହେ ରଖ ମହାବାହୁ ମୁଁ ଅତିହିଁ ନିରେଖି 

ଜହ୍ନ କହେ ଚକା ଚକା ନୁହେଁ ସିଏ ଯାଅ ପରଖି 

ଚକା ସିନା ସବୁବେଳେ ସେଇ ଦୁଇ ଆଖି 

ଗୀତଗୋବିନ୍ଦ ଗାଉଛି ପାଶେ ପୂର୍ଣ୍ଣ କଳସୀ ରଖି 

ଗୋବିନ୍ଦ ଧ୍ୟାୟି ହେବାକୁ ପଦ୍ମମୁଖୀ 

ଭାବମୟ ହରି ଭାବଦେଖି ଶୁଣି କରି ଦିଏ ଯାହା ଲେଖି 

ଚଉବାହା ସଦା ସାହା ଦେଖୁଛି ପରଖି 

ଚକା ଜହ୍ନ ଦୁହେଁ ସତ୍ୟ ହେଲେ ଜଣେ ଓଁ ଲେଖି 

ଆଉଜଣେ ପ୍ରେମିକ ନୀଳକଇଁ ଦେଖି 

ପ୍ରେମର ପରମ ପୁରୁଷ ସେଇ ଚକା ଜହ୍ନ ଆଲୋ ସଖି 

ତାଙ୍କ ନାମ ଧ୍ୟାୟି ଦେଲି କବିତାଟି ଲେଖି

କଳା କଳା ଦୁଇ ଚକାଆଖି ଦେଲେ ଥରେ ଦେଖି 

ସାତରଙ୍ଗ ସାତସ୍ୱର ସାତଖୁଣ ମାଫି 

ଚତୁର୍ଦ୍ଧାଙ୍କ ନୟନରେ ନୟନେ ଭରି ଅଶ୍ରୁ କାରୁବାକୀ 

କହେ ଅଶ୍ରୁରେ ଅଶ୍ରୁରେ ସେ ଅଶ୍ରୁମୁଖୀ 

ସୂର୍ଯ୍ୟ, ଜହ୍ନ ସତ୍ୟ ଚକାଆଖି ସବୁ ସତ୍ୟ ପଢି ଶିଖି ଲେଖି 

କହନ୍ତି ଭକ୍ତିରେ ଭକ୍ତ କରଇ ମତେ ସାକ୍ଷୀ 

ସତ୍ୟ ସନାତନ ତ୍ରିଭୁବନ ମୋହନ କଳା ପକ୍ଷୀ 

ବେଦ ବାଦ୍ୟ ବେପଥୁରେ ବାନ୍ଧିଦେବିv ରାକ୍ଷୀ 

ମାଣିକ ଗଉଡ଼ୁଣୀ ମରିନାହିଁ ଅଛି ଏବେବି ସାକ୍ଷୀ 

ଚକାଜହ୍ନ ଉଚ୍ଛନମନ କିଏ ପାରିବ ଧରି ରଖି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract