ଦିବ୍ୟ ଚେତନାରେ
ଦିବ୍ୟ ଚେତନାରେ
ନୀଳଜହ୍ନ ନୀଳିମାରୁ ନୀଳ ଟିକେ ମାଖି
ଦେଖୁଥିଲି ଦୁଇ ଚକା ଆଖି
କଳଙ୍କର କାଳିମାରୁ କଲମରେ ଯୋଖି
ଚକା ଆଖି ଦୁଇରେ ଗଲି ଲାଖି
ଜହ୍ନ ଆଉ ମୁଁ ଚିହ୍ନ ହୋଇ ରହିଥିଲୁ ପାଖାପାଖି
କିଏ କହେ ଜାଣିଛି ସବୁ ଚକାଆଖି
କଳା ଜହ୍ନ କାକଳୀ ଭେଦି ପରଂବ୍ରହ୍ମ ଦିଏ ଲେଖି
ଧାରେ ହସ ଭିତରେ ମୁରୁକି ହସେ ଚକା ଆଖି
ଦେବଦାସୀ ନୁପୁରରେ ସାତସ୍ୱର ଲୟ ତାଳ ମାଖି
କହେ ରଖ ମହାବାହୁ ମୁଁ ଅତିହିଁ ନିରେଖି
ଜହ୍ନ କହେ ଚକା ଚକା ନୁହେଁ ସିଏ ଯାଅ ପରଖି
ଚକା ସିନା ସବୁବେଳେ ସେଇ ଦୁଇ ଆଖି
ଗୀତଗୋବିନ୍ଦ ଗାଉଛି ପାଶେ ପୂର୍ଣ୍ଣ କଳସୀ ରଖି
ଗୋବିନ୍ଦ ଧ୍ୟାୟି ହେବାକୁ ପଦ୍ମମୁଖୀ
ଭାବମୟ ହରି ଭାବଦେଖି ଶୁଣି କରି ଦିଏ ଯାହା ଲେଖି
ଚଉବାହା ସଦା ସାହା ଦେଖୁଛି ପରଖି
ଚକା ଜହ୍ନ ଦୁହେଁ ସତ୍ୟ ହେଲେ ଜଣେ ଓଁ ଲେଖି
ଆଉଜଣେ ପ୍ରେମିକ ନୀଳକଇଁ ଦେଖି
ପ୍ରେମର ପରମ ପୁରୁଷ ସେଇ ଚକା ଜହ୍ନ ଆଲୋ ସଖି
ତାଙ୍କ ନାମ ଧ୍ୟାୟି ଦେଲି କବିତାଟି ଲେଖି
କଳା କଳା ଦୁଇ ଚକାଆଖି ଦେଲେ ଥରେ ଦେଖି
ସାତରଙ୍ଗ ସାତସ୍ୱର ସାତଖୁଣ ମାଫି
ଚତୁର୍ଦ୍ଧାଙ୍କ ନୟନରେ ନୟନେ ଭରି ଅଶ୍ରୁ କାରୁବାକୀ
କହେ ଅଶ୍ରୁରେ ଅଶ୍ରୁରେ ସେ ଅଶ୍ରୁମୁଖୀ
ସୂର୍ଯ୍ୟ, ଜହ୍ନ ସତ୍ୟ ଚକାଆଖି ସବୁ ସତ୍ୟ ପଢି ଶିଖି ଲେଖି
କହନ୍ତି ଭକ୍ତିରେ ଭକ୍ତ କରଇ ମତେ ସାକ୍ଷୀ
ସତ୍ୟ ସନାତନ ତ୍ରିଭୁବନ ମୋହନ କଳା ପକ୍ଷୀ
ବେଦ ବାଦ୍ୟ ବେପଥୁରେ ବାନ୍ଧିଦେବିv ରାକ୍ଷୀ
ମାଣିକ ଗଉଡ଼ୁଣୀ ମରିନାହିଁ ଅଛି ଏବେବି ସାକ୍ଷୀ
ଚକାଜହ୍ନ ଉଚ୍ଛନମନ କିଏ ପାରିବ ଧରି ରଖି ।