STORYMIRROR

Padmalaya Mishra

Classics Inspirational Children

4  

Padmalaya Mishra

Classics Inspirational Children

ଦିବସଟେ ସ୍ଵାଭିମାନର

ଦିବସଟେ ସ୍ଵାଭିମାନର

1 min
20


ପରାଧୀନ ବେଡି ଛିଡାଇଲା ପରେ

ଆମେ ସ୍ଵାଧୀନ ଭାରତୀୟ

ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ

ଗୋଟିଏ ଆମରି ହୃଦୟ ।।


ଅନେକ ତର୍ଜମା ବିତର୍କର ଫଳ

ମହାନ ଆମ ସମ୍ବିଧାନ

ସମ୍ପର୍କର ସେତୁ ଗଢା ହେଲା ବୋଲି

ଏକତ୍ରିତ ହୋଇଛି ମନ ।।


ବଳୀଦାନ ଗାଥା ଭୁଲିନାହୁଁ ମନୁ

ଇତିହାସ ଯେ ପରିଚୟ

ସମ୍ବିଧାନ ଆମର ଅଭିମନ୍ତ୍ରିତ

ନାହିଁ ତେଣୁ ମନରେ ଭୟ ।।


ଅସାଧାରଣ ଏ ସାଧାରଣତନ୍ତ୍ର

ପରିଚୟ ରାଷ୍ଟ୍ର ପର୍ବର

ଗର୍ବରେ କହୁ ଭାରତୀୟ ଆମେରେ

ଦିବସଟେ ସ୍ଵାଭିମାନର ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics