ଦିଅ ଶୁଭ ଦୃଷ୍ଟି ଅମୃତ ସନ୍ତାନେ
ଦିଅ ଶୁଭ ଦୃଷ୍ଟି ଅମୃତ ସନ୍ତାନେ
ପବନ ବହଇ ଆଜ୍ଞାରେ ତୁମର
ତ୍ରୁଟି ନ ହୁଅଇ ତିଳେ,
ସୁରୁଜ ଢାଳନ୍ତି ଆଲୋକ ଧରାରେ
ଚନ୍ଦ୍ରମା ଜୋଛନା ଢାଳେ,
ପ୍ରଭୁ, ତୁମେ ଦେଖ ଅନ୍ତରାଳେ l0l
ତରୁ ବୃକ୍ଷ ଲତା ଧରିଛି ବସୁଧା
ତୁମରି ଆଦେଶ ବହି,
କେହି କାହା କାର୍ଯ୍ୟୁ ନୁହନ୍ତି ବିରତ
ବନ୍ୟେ ଜୀବଜନ୍ତୁ ରହି,
ସଭ୍ୟତାର ମାପ କାଠି ଏ ମଣିଷ
ଅକାର୍ଯ୍ୟରେ କାର୍ଯ୍ୟ କରେ l1l
ଅମୃତ ସନ୍ତାନେ ଦେଇଛୁ ଜନମ
ଦେଇଛୁ ଅପରା ଜୟ,
ନିଜ ସ୍ୱାର୍ଥ ନିଜ ଗରବରେ କରେ
ପକୃତିର ଅପଚୟ,
ଅନ୍ୟାୟ, ଅନୀତି,ଅଧର୍ମରେ ମାତି
ବିନାଶୁଛି କଳିକାଳେ l2l
ସବୁତ ଦେଖୁଛି ସବୁତ ଶିଖୁଛି
ସ୍ଵାର୍ଥେ ଅନ୍ଧ ଏ ମାନବା,
ଘଡ଼ିକରେ ସବୁ ଭୁଲି ଯାଏ ସିଏ
ଅବୋଧ ସତେକି ଅବା,
ଦିଅ ଶୁଭ ଦୃଷ୍ଟି ରହୁ ଏହି ସୃଷ୍ଟି
ଏ ସୃଷ୍ଟି ବିନାଶ ବେଳେ l3l
