Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Children

3  

Bharatabandhu Biswal

Inspirational Children

ଦିଅ ମାଆ କୃପାଦୃଷ୍ଟି

ଦିଅ ମାଆ କୃପାଦୃଷ୍ଟି

1 min
114



ବିରଜା ଅପର୍ଣ୍ଣା ମାହେଶ୍ୱରୀ ଉମା

ସୁଭଦ୍ରେ ବ୍ରହ୍ମଚାରିଣୀ

ଯଜ୍ଞରୂପିଣୀ ଜଗତ ଜନନୀ

କରୁଛୁ ମା ଆବାହନୀ ।


ଅବତର ମାଆ ଶରଦ ପାର୍ବଣେ

ସିଂହର ପୃଷ୍ଠରେ ବସି

ଦିଅ ଶୁଭାଶିଷ ଭବାନୀ ମା ଦୁର୍ଗା

ଆନନ୍ଦ ଉଲ୍ଲାସ ଖୁସି ।


ଶୁଦ୍ଧ ରୂପା ଶ୍ୟାମା ଶିବା ସୁଶୀତଳା

ସୁବର୍ଣ୍ଣ। ମା ହରିଦ୍ରାକ୍ଷୀ

ଅର୍ଘ୍ୟ କମଣ୍ଡଳୁ ମନ୍ତ୍ର ଜପାମାଳୀ

ସୁଶୋଭିତା କୃପାଦୃଷ୍ଟି ।


ଦୟାକର ମାତ ଘୁଞ୍ଚିଯାଉ ଦୂରେ

ଅଭାବ କଷଣ ଦୁଃଖ

ନାଶ ହେଉ ଘୋର ଅଜ୍ଞାନ ତିମିର

ପାପତାପ ରୋଗ ଶୋକ ।

 -----



Rate this content
Log in

Similar oriya poem from Inspirational