Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Mishra

Inspirational

3  

Sarojini Mishra

Inspirational

ଅନୁଶୀଳନ

ଅନୁଶୀଳନ

1 min
141


ବଞ୍ଚି ଥାଇ କରି ଶବ ହୋଇଯିବା

ଅନୁଭବୀ ଲୋକ ଜାଣେ

ଶବ୍ଦମାନଙ୍କର କୋଳାହଳ ମଧ୍ୟେ

ମନ କୋଳାହଳ ଥମେ ।


ଆଖି ଆଗେ ଯଦି ସପନ ଜଳଇ

ଜ୍ୱଳନର ଜ୍ଵାଳା ଭରେ

ମନ ଶାନ୍ତ କରି ନିଜକୁ ଖୋଜିଲେ

ଆଶାର ପାହାଡ଼ ଶକ୍ତି ଯୋଗାଏ ।


ଅନ୍ୟର ସ୍ୱପ୍ନକୁ ସଜାଉ ସଜାଉ

ଯଦି ବୁଝାମଣା ତା ପଥ ହୁଡ଼େ

ନିଜ ବୁଝାମଣା ନିଜକୁ ବୁଝାଏ

ନିଃଶବ୍ଦେ ତାହାର ପାଦ ବଢ଼ାଏ ।


ଭଲ ପାଇବାର ମିଠା ବାଣ୍ଟୁ ବାଣ୍ଟୁ

ଯଦି କିଏ ପିତା ରୂପ ବା ଦିଏ

ମନର ଦୁଃଖକୁ ଏକତ୍ରିତ କରି

ନିଜକୁ ନିଜେ ଯେ ସାବାସି ଦିଏ ।


ସୁଖ-ଦୁଃଖ ପୂର୍ଣ୍ଣ ଏଇ ତ ଜୀବନ

ସେ ସ୍ରୋତ ଏମିତି ଚାଲୁ ଯେ ଥାଏ

ନିଜ ପାଖେ ଅଛି ଜୀଇଁବାର କଳା

ଖୋଜିବାର ଇଚ୍ଛା ଜାଗୃତି ଚାହେଁ ।



Rate this content
Log in

Similar oriya poem from Inspirational