Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nrusingha Narayan Tripathy

Inspirational

3  

Nrusingha Narayan Tripathy

Inspirational

ଦଗ୍ଧିତ ଧରିତ୍ରୀ

ଦଗ୍ଧିତ ଧରିତ୍ରୀ

1 min
200


 (ଆଷାଢ଼ ଶୁକ୍ଳ )

ନିଦାଘ ଆସନ୍ତେ ରବି କିରଣ

ଜଳାଏ ଧରଣୀ ଦେଇ ତାପନ

ଶୁଷ୍କ ତରୁ ଲତା ବିହୁନେ ଜଳ

ଅସ୍ଥିର ଜୀବନ ବିଷମ କାଳ

ଗ୍ରୀଷମ ଋତୁରେ

ବଢେ ତାପମାତ୍ରା କ୍ଷିପ୍ର ବେଗରେ ll


ବଢେ ଶିଳ୍ପ କଳ ଯାନବାହନ

ରାସ୍ତା ଘରଦ୍ୱାର କଂକ୍ରିଟ ଜାଣ

ଧୂଆଁ ଧୂଳିକଣା ଭର୍ତ୍ତି ଗଗନେ

ଅଙ୍ଗାରକାମ୍ଳକୁ ବୃଦ୍ଧି କରାଏ

ସବୁଜ କୋଠରୀ

ପ୍ରଭାବେ ଦହନ ହୁଏ ଧରିତ୍ରୀ ll


ଜଙ୍ଗଲ ଅରଣ୍ୟ ଆମେ ଜାଳୁଛେ 

ସୁନ୍ଦର ପ୍ରକୃତି ଶୋଭା ଲୁଟୁଛେ

ସୂର୍ଯ୍ୟର ଅଗ୍ନିରେ ଧରା ଜଳୁଛି 

ଗ୍ରୀଷମ ପ୍ରବାହ ପ୍ରାଣ ନେଉଛି 

ଉତ୍ତପ୍ତ ମହୀରେ

ବଞ୍ଚିବା ବଢିବା ଏଠି କଷ୍ଟରେ ll


ଯୁଦ୍ଧ ବିଭୀଷିକା ଯେ ବିସ୍ଫୋରଣ

ଜ୍ୱାଳା ବିକିରଣେ ହୁଏ ଦହନ

ଝାଞ୍ଜି ପବନରେ ବିକଳ ନର

ଅଂଶୁଘାତ ନିଏ ପ୍ରାଣ ତାହାର

ଦଗ୍ଧିତ ଧରଣୀ

ଚିତ୍କାର କରୁଛି ସେ ହୀନିମାନୀ ll



Rate this content
Log in

Similar oriya poem from Inspirational