STORYMIRROR

Prafulla Chandra Mishra

Classics

3  

Prafulla Chandra Mishra

Classics

ଦିଅ ଦିବ୍ୟ ଲେଖନୀ ମୋ କରେ

ଦିଅ ଦିବ୍ୟ ଲେଖନୀ ମୋ କରେ

1 min
181


ତୁମେ ଭଗବତୀ ତୁମେ ସରସ୍ଵତୀ 

ତୁମେ ମା’ ଜନମ ଦାତ୍ରୀ

ଲାଳନେ ପାଳନେ ତୋ କୋଳେ ଏ ପ୍ରାଣେ

ଲଭିଛି ଅନେକ ଶାନ୍ତି ।।


କରିଛି କଟାଳ ସହିଛୁ ମୋ ଗୋଳ

ପାଳିଛୁ ଯେମନ୍ତ ଧାତ୍ରୀ

କଲ୍ୟାଣୀ ବିଜୟା ମାଆ ସଂର୍ବସହା

ଶ୍ୟାମଳୀ ଲାବଣ୍ୟବତୀ ।।


ତୁ ମୋହର ଭାଷା ତୁ ମୋହର ଦିଶା

ତୋ ବିନା କାହିଁ ମୋ ଗତି

ଭାରତୀ ଆରତୀ ଅଜ୍ଞାନ ଫେଡନ୍ତି

ଜାଳି ଦେଉ ଜ୍ଞାନ ବତୀ । ତୁ’ ଜାଳିଦେଉ ଜ୍ଞାନ ବତୀ ।।


ତୁଉ’ମହା ଶକ୍ତି ତୁ ମୋର ସଂସ୍କୃତି

ଧାରଣେ ତୁ ଯେ ଧରିତ୍ରୀ

ଏ ଜାତିର ଗୀତ ତୋ ବନ୍ଦନା ମାତ

(ତୁ), ଜ୍ଞାନ ନେତ୍ର ଜ୍ଞାନଦାତ୍ରୀ ।।


ମୁଁ ଏକ ପାନ୍ଥ ତୁ ମୋହର ପଥ

ତୁଉ ମୋର ଗତି ମୁକ୍ତି

ସଂସାରେ ସଂଚରେ ତୋର ଦିବ୍ୟ ଜ୍ୟୋତି

ସନ୍ତାନେ ପ୍ରାଦାନେ କ୍ଷାତି ।।


ତୋପଦ କିଂକର ପ୍ରଫୁଲ୍ଲ ଫୁଲର

ହୃଦ ସିଂହାସନେ “ବିଜେ

କରି” ଦିବ୍ୟ ଶକ୍ତି ଦିଅ ମା' ଭାରତୀ

ଦିବ୍ୟ ଲେଖନୀ ମୋ କରେ,। ମା’ ଦିବ୍ୟକ ଲେଖନୀ ମୋ କରେ,

ମା’ “ଦିଅ” ଦିବ୍ୟ ଲେଖନୀ ମୋ କରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics