STORYMIRROR

Gunanidhi Samal

Tragedy

3  

Gunanidhi Samal

Tragedy

ଦି 'ଟୋପା ଲୁହ

ଦି 'ଟୋପା ଲୁହ

1 min
11.7K

ତୁମେ ତ ଗଢିଲ ସୁଖର ସଂସାର

ଭୁଲିଯାଇ ପଛ କଥା

ଭୁଲି ନପାରି ମୁଁ'" ବିଜନ ବେଳାରେ

ଏବେବି ପିଟୁଛି ମଥା ।

ତୁମରି ପାଇଁକି ଭୁଲିଥିଲି ଦିନେ

ମୋର ଘର ପରିବାର

ସେମାନେତ ଏବେ ମୋ"ଦୁଃଖର ସାଥୀ

ତୁମେ କଲ ସାତପର ।

ତୁମ ହାତେ ଶଙ୍ଖା ମଥାରେ ସିନ୍ଦୁର

ସବୁଦିନେ ଶୋଭାପାଉ 

ତୁମରି ସ୍ମୃତିକୁ ଝୁରି ଝୁରି ପ୍ରିୟେ

ମୋ " ଜୀବନ ବିତିଯାଉ ।

ଯଦି କେବେ ଦିନେ କାନରେ ଶୁଣିବ

ମୋହର ମରଣ କଥା

କିଛିଲୋଡ଼ା ନାହିଁ ଆଗୋ ପ୍ରାଣସହି

ଲୋଡ଼ା ଲୁହ ଦୁଇଟୋପା ।


Rate this content
Log in

Similar oriya poem from Tragedy