STORYMIRROR

subrat kumar jena

Romance

4  

subrat kumar jena

Romance

ଦି ବୁନ୍ଦା ସେ ଅମାନିଆ ଲୁହ

ଦି ବୁନ୍ଦା ସେ ଅମାନିଆ ଲୁହ

1 min
350

କିଏ କଣ ଚାହେଁ ଝରାଇବାକୁ ନିଜ ଇଚ୍ଛାରେ ଦି ଟୋପା ଲୁହ,

ହେଲେ ଲୁହ ଯେ ଭାରି ଅମାନିଆଁ ଆଉ ଅଭିମାନି

ସେ ଯେ କାହାର ମାନେ ଝରିଯାଏ ତା ଇଛାରେ

କେବେ ମାନେନି ସ୍ଥାନ କାଳ ଆଉ ପାତ୍ର

ସେ ସ୍ଥିତି ହୋଇପାରେ ଗମ୍ଭୀର ।


ପ୍ରେମିକାର ଆଖିରୁ ଝରୁଥିବା ଦୁଇ ଟୋପା ଲୁହକୁ ଦେଖିଦେଲାପରେ,

ଇଛା ହୁଏ ଲୁହ ଗାଲର ପୃଷ୍ଟ ଭୂମି ଦେଇ ତଳକୁ ଖସିବା ଆଗରୁ,

ତୋଳି ଧରନ୍ତା ଦୁଇ ହାତ ପାପୁଲିରେ

ତାକୁ ନେଇ ସାଇତି ରଖନ୍ତା ହୃଦୟ ତାଜମହଲରେ ।


ତା ହସକୁ ତ ଅନେକ ଥର ପାଖରେ ପାଇଛି

କେବଳ ସେଥିଲାଗି ପରା ଅଜଣାରେ ସେ ତାପାଖେ ଆଜି ବନ୍ଦୀ

ଚେଷ୍ଟା କରିବି ମୁକୁଳି ପାରେନି ସେହି ପ୍ରେମର ଶିକୁଳି ରୁ

ତେବେ ଏମିତି କାହିଁକି ହୁଏ

ଯିଏ ସହିପାରେନି ପ୍ରେମିକାର ଆଖିର ଲୁହ

ରାତି ଦିନକୁ ଏକ କରି ଦୁନିଆ ସମାଜ ସହ ଲଢ଼ିଯାଏ

ପ୍ରେମକୁ ତାର ଅମର କରିବାକୁ ,ପ୍ରେମିକା କୁ ଟିକେ ଖୁସି ଦେବାକୁ,

ସେ କଣ ଦେଖି ପାରେନି ନିଜ ଭଗବାନଙ୍କ ଆଖିରେ ଲୁହକୁ ।


ନିଜକୁ ଜୀବନ ଦାନ ଦେଇଥିବା ଜୀବନ୍ତ ପ୍ରତିମାର କୋହକୁ

ନା ସବୁ ଦେଖି ସବୁ ଜାଣି ଅଭିନୟ କରେ ଚୁପ ରହିବାର

ଏ କଣ ତାର କର୍ତବ୍ୟ ,ବିପଦରେ ପଡ଼ିଲେ ଡାକିବ ବାପା-ବୋଉ

ବିପଦ ଟଳିଗଲେ ସବୁ ସମ୍ପର୍କ ଚୁଲିକୁ ଯାଉ ନୀତିରେ

ହେଲେ ଲୁହ ଖାଲି ଆସେନି କେବଳ ଦୁଃଖକୁ ଭେଟିଦେବା ଲାଗି ।


ବେଳ ଅବେଳରେ ମାଡି ଆସେ ଖୁସିର ଜୁଆର ଜୀବନକୁ ପ୍ଲାବିତ କରିବାକୁ

ସେ ସମୟରେ ବହୁଥିବା ସେ ଦୁଇ ଟୋପା ଲୁହ

ଯାହାର ମୂଲ୍ୟ କେହି କେବେ ତୋଉଲି ପାରେନା ସଂଖ୍ୟାର ମାପକରେ

ସେ ଲୁହତ ଶାଶ୍ୱତ ଯେ ବାନ୍ଧିଦିଏ ସଭିଙ୍କୁ ଏକ ମନ ଏକ ପ୍ରାଣରେ

ପରସ୍ପରକୁ ଭଲପାଇବା ଆଉ ଭରଷାର ଆଦୃଶ୍ୟ ସୂତାରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance