STORYMIRROR

Hasyamayee Raj

Inspirational

4  

Hasyamayee Raj

Inspirational

ଧୂଳିକଣାଟିଏ ମୁଁ

ଧୂଳିକଣାଟିଏ ମୁଁ

1 min
227


ଗଣାନୁହେଁ କେଉଁଥିରେ 

ସାମାନ୍ୟ ମୁଁ ଧୂଳିକଣାଟିଏ 

ଅସ୍ତିତ୍ବ ମୋ କେତେ ଯେ ନଗଣ୍ଯ

ଫୁଙ୍କିଦେଲେ ମୁଁ ଯେ ଉଡିଯାଏ 

ଚାହେଁନାହିଁ କିଛି ପରିଚୟ 

ଦୁଃଖ ସୁଖ ଦୁନିଆର ସାଥୀ ହୋଇ

ଜିଇଁବାକୁ ଚାହେଁ 

ମୋତେ କିଏ ବୁଝୁକି ନବୁଝୁ

ତିଳେ ନାହିଁ ଭୟ 

ହୃଦୟକୁ କରି କରି ଜୟ 

ଯେତେ ଜୀବ ଦୁନିଆରେ 

ମୋ ଦେହେ ମିଶାଏ ।।


ଜାଣିଛ କି କେତେ ପୀଡା

ଯନ୍ତ୍ରଣା ମୁଁ ସହେ 

ଏତେ ଟିକେ ଅସ୍ତିତ୍ବ ଭିତରେ ମୋର

କେମିତି ମୁଁ ଲୁହ ନଈ ନିତି ପିଉଥାଏ 

ତଥାପି ମୁଁ ହାରେ ନାହିଁ

ତଥାପି ମୁଁ ଥକେ ନାହିଁ

ମରି ମରି ଜିଇଁବାକୁ ସଦା ଭଲପାଏ 

କେତେ ପାଦେ ଚାପି ହୋଇ 

ପଡି ଉଠି ଚାଲିବାକୁ ପଣ କରିଥାଏ 

ଆଉ କିଛି ଭାବିବାକୁ ମୋତେ ବେଳ କାହିଁ ! 

ମୁଁ ତ ଚାହେଁ ମୋ ହସର ବର୍ଷାରେ

ଆନ ମୁଖ ଅଶ୍ରୁ ଯେତେ 

ଦେବାପାଇଁ ଧୋଇ ।।


ଧୂଳିକଣାଟିଏ ହୋଇ

ଧରାପରେ ପଡିବାରେ ସାର୍ଥକତା ଅଛି

ଏକଥା ଜାଣିଛି

ଅହଂକାରର ମୁଁ କାର ଭିତରେ

ଜୀବନ କି ଅଛି ! 

ଛୋଟ ସିନା ସ୍ବପ୍ନ ଦେଖେ 

ପବନ ପଣତ ଧରି ଛୁଇଁବାକୁ 

ନୀଳ ଆକାଶକୁ

ଏ ଜୀବନ ଦୁଇଦିନ ଆଜି ଅଛି କାଲି ନାହିଁ 

ବଡପଣ କାହିଁ ଏଠି କାହିଁ' 

ଇଛା ମୋର 

ଏଇ କଥା ଏ ବିଶ୍ବକୁ ଜଣେଇ ଦେବାକୁ ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational