STORYMIRROR

Chinmaya Kumar Nayak

Abstract Classics

3  

Chinmaya Kumar Nayak

Abstract Classics

ଧୂଳି

ଧୂଳି

1 min
295

ଧୂଳିରୁ ଉଠି ଆସିଲା ପରେ

ଅଚିହ୍ନା ହୁଏ ସେ ଧୂସର ରଙ୍ଗ,

ମାଟିରୁ ମଥାନ ଦୂରତା ବଢ଼ିଲେ

ମାଟି ହୋଇଯାଏ ପର କୁଟୁମ୍ବ।


ବିସ୍ଫାରିତ ନେତ୍ର ସମ୍ମୁଖରେ

ଦିଶେ ନାହିଁ ପାଦ ଆଉ ପାଦତଳ ମାଟି,

ଆକାଶର ନିଳିମା ଭିତରେ

ହଜିଯାଏ ଜୀବନର ଆଦ୍ୟ ପ୍ରଭାତୀ।


ସ୍ଵଳ୍ପାୟୁ ସୁଖର ଇନ୍ଦ୍ରଧନୁ ଆଗେ

ଗୌଣ ହୁଏ ମାଟିର ସେ ଧୂସର ସ୍ଥିରତା,

ଗୋଧୂଳି ଅସହ୍ୟ ଲାଗେ

ନିଷିଥରେ ହଜିଯାଏ ପ୍ରାଣର କବିତା।


ଷଠିଘରେ ଅନାଦୃତ କଉଡ଼ି ଚକ୍ଷୁରେ

ଦିଶୁଥାଏ ପ୍ରତୀକ୍ଷାର ଅନନ୍ତ ଚାହାଣି

ଧୂଳି ଦିନେ ଧୂଳିରେ ମିଶିବ

ଏଇ ପରା ଜୀବନର ବାସ୍ତବ କାହାଣୀ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract