STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ଧୂଆଁ

ଧୂଆଁ

1 min
11.9K

ଦୁଇ ଆଙ୍ଗୁଠିର ମଝିରେ ଗୌରବେ

ଜଳୁଥାଏ ମୃତ୍ୟୁ ଯଷ୍ଟି,

ସେ ମୃତ୍ୟୁର ଧୂଆଁ ପିଉଛି ସଗର୍ବେ

ମୂର୍ଖ ମାନବ ଲଭେ ତୃପ୍ତି।


ଜହର ଧୂଆଁରେ ଜଳି ଯାଉଥାଏ

ଅଙ୍ଗ ପ୍ରତି-ଅଙ୍ଗ କେତେ,

ଜାଣିଜାଣି ଲୋକେ ଆଦରେ ପିଅନ୍ତି

ଅଭ୍ୟାସ ବଶରେ କେତେ।


ମହା ଶକ୍ତିଶାଳୀ ଶ୍ରେଷ୍ଠ ଏ ମାନବ

ହୁଏ ପରିସ୍ଥିତି ଦାସ,

ନିଜ ଅଜାଣତେ ପଡ଼ିଯାଏ ବନ୍ଧା

ନିଶା ଦାନବର ଫାଶ।


ଭୁଲି ନିଜ ଦେହ, ଆତ୍ମୀୟ ସଂସାର

ବନ୍ଧୁ ପରିଜନ ଯେତେ,

ନିଜେ ଜାଳେ ନିଜ ଅବୟବ ନିଜେ

ବୁଡ଼ାଇ ନିଜକୁ ଗର୍ତ୍ତେ।


ଭୁଲି ସେଇ ମାୟାନଗରୀ ନିଶାର

ଫେରିଆସ ନିଜ ଗ୍ରାମେ,

ବଦ୍ଧ ଚେତନା କର ଜାଗରିତ

ଦୃଢ଼ ପ୍ରତିଜ୍ଞାର ନାମେ।


ଲିଭିଯିବା ଆଗୁ ଜୀଵନ ପ୍ରଦୀପ

ତେଜ ବିବେକର ବତୀ,

ଦାସତ୍ୱର ବେଡି ଭାଙ୍ଗି ଦେଇ ଲଭ

ଏ ମହୀରେ ଜୀବନ୍ମୁକ୍ତି। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract