Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Action Inspirational Others

3  

Chittaranjan Nanda

Action Inspirational Others

ଧର୍ମର ହେଉ ଜୟ

ଧର୍ମର ହେଉ ଜୟ

1 min
115


ବିଶ୍ବରେ ମୋ ଭାରତବର୍ଷ ବାଣ୍ଟିଛି

କେତେ ଶାନ୍ତି ବାର୍ତ୍ତା

ଯୁଗେ ଯୁଗେ ତାହାର ଅଛି, ସତ୍ୟ

ଧର୍ମ ପ୍ରତିଷ୍ଠାର ଗାଥା ।


ଭିନ୍ନ ଭିନ୍ନ ରୂପରେ ଆସନ୍ତି ଦୁଷ୍ଟଂକୁ

ସଂହାରିବାକୁ ଏହି ସଂସାରରେ

ସେହି ମଧ୍ୟରୁ ବିଭିନ୍ନ, ଭିନ୍ନ ଭିନ୍ନ ରୂପ

ରେ ଆସନ୍ତି ଏହି ପୃଥିବୀ ପୃଷ୍ଠରେ ।


କର୍ମକୁ ନିଜର ଧର୍ମ ମନେ କରି, ମଣିଷ

କର୍ତ୍ତବ୍ୟ କରି ପାରିଲେ

ଆସେ ତ ଜୀବନେ ଶାନ୍ତି, ପରିଶ୍ରମରେ

ସବୁ ସମୟ ବିତାଇଲେ ।


ପରଶ୍ରୀକାତରତା, ହିଂସା, ଈର୍ଷା,

ଓ ଦ୍ବେଷକୁ ଦୂରେଇ ଦେଲେ

ପ୍ରକୃତ ବିଜୟ ହୁଏ ତ ସେବା,

ସ୍ନେହ ଓ ପ୍ରେମ

ଗୁଣ ସବୁକୁ ଆଦରିଲେ ।


ମହାନ୍ ପୁରୁଷ ଓ ମହିଳ ଆସନ୍ତି ଧରାକୁ

ଭରିବାକୁ ସାହାସ ଶକତି

ଦୁଷ୍ଟ ସଂହାରଣେ ଚଳ ଚଂଚଳ ହୁଏ ସାରା

ଦେଶ, ଏହା ଯୁଗ ଯୁଗର ନୀତି ।


ଏହିପରି ରାବଣକୁ କଲେ ପରାହତ ପ୍ରଭୁ  

ରାମଚନ୍ଦ୍ର ନିଜ ହସ୍ତେ

ଭୀଷ୍ମ ଦ୍ରୋଣ କର୍ଣ୍ଣ କୃପା ଅଶ୍ୱତ୍ଥମା ହେଲେ

ନିହତ ନିଜ ଅନ୍ୟାୟରୁ ମହାଭାରତେ ।


ଆଜିର ସମାଜ ଭିତରେ ରାବଣ ପରି ରହି

ଅଛନ୍ତି ବହୁତ ଦୁଷ୍ଟ

ସଂହାର କରିବାକୁ ଦୁଷ୍ଟଂକୁ ସାହାସ ଦେବେ

କରିଦେବାକୁ ନଷ୍ଟ ।


ଧର୍ମ ଆଜି କାନ୍ଦୁଛି, ପାପ ହସି ହସି ଵୁଲୁଛି,

ମନ୍ତ୍ର ହେଉ ଧର୍ମର ଜୟ

ସାହାସ ଆସୁ ଆଜ ଦିନରେ ସାରା ଜନତାର ,

ପାପକୁ କରିବେ କ୍ଷୟ  ।


Rate this content
Log in

Similar oriya poem from Action