ଟୋ ଟୋ
ଟୋ ଟୋ
ଆଧୁନିକତାର ଆଲୋକ ନେପଥ୍ୟେ
ଲୁଚି ରହିଛି ଅନ୍ଧାର
ସେ ମହା ଅନ୍ଧାର ଖବର ଆଲୋକ
ପାଖରେ ନାହିଁ ମାତର l
ଜାତିର ବିକାଶ ସେତେବେଳେ ହୁଏ
ପଛୁଆ ବର୍ଗ ଆଗକୁ,
ଜାତୀୟ ମାନ୍ୟରେ ସାମିଲ ହୋଇବେ
ନଥିବେ କେହି ପଛକୁ l
ପଶ୍ଚିମ ବଙ୍ଗର ଏକ ଜନଜାତି
ଟୋ ଟୋ ନାମେ ପରିଚିତ,,
ଏହି ଜନଜାତି ଯାଏ କମି କମି
ଷୋହଳ ଶହ ରେ ସୀମିତ l
ଟୋଟୋ ପଡl ନାମ ଏମାନଙ୍କ ଗ୍ରାମ
ଆସାମ ଵଶ୍ଚିମବଙ୍ଗ,
ଯୋଗ କରୁଥବା ରାସ୍ତାର କଡରେ
ରୁହନ୍ତି ଏହି ଯୁଆଙ୍ଗ l
ସମଗ୍ର ପୃଥିବୀ ମଧ୍ୟରୁ ବିଲୁପ୍ତ
ଏହି ଠାରେ ବି ସୀମିତ,,
ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତା, ବିଜୁଳି ବ୍ୟବସ୍ଥା
ଦିବା ସ୍ବପ୍ନରେ ବିଦିତ l
ପ୍ରାଚୀନ ଏ ଜନ ଜାତିର ବୟସ
ଦୁଇ ଶହ ବର୍ଷାଧିକ
ଆଧୁନିକ ଶୈଳୀ ଗ୍ରହଣ ପାଇଁକି
ଅରାଜି ଏହି ପ୍ରଜାତି
ପାଖୁରୁ ଦେଖିଲେ ତାଙ୍କ ବାସ୍ତବତା
ମନରେ ଜlଗଇ ଭୀତି l
ସ୍ୱାସ୍ଥ୍ୟ ସମସ୍ୟାରେ କବଳିତ ହୋଇ
ଭାଗ୍ୟକୁ ଆଦରି ନେଇ
ବନ୍ୟ ଯାତ ଦ୍ରବ୍ୟ ଭକ୍ଷଣ କରନ୍ତି
ଝରଣା ର ପାଣି ପିଇ l
ସେମାନଂକୁ ମୁଖ୍ୟ ସ୍ରୋତରେ ସମିଲି
କରିବାକୁ ଅନୁରୋଧ
ଯୁଗlନ୍ତର ତାଙ୍କ ଅନ୍ଧବିଶ୍ୱାସଯେ
କରିବା ଆସ ନିଷେଧ l
