STORYMIRROR

Debabrata Mishra

Abstract Tragedy Action

3  

Debabrata Mishra

Abstract Tragedy Action

ମୃତ ସ୍ୱାଭିମାନ

ମୃତ ସ୍ୱାଭିମାନ

1 min
169

ମିଛ ଓ ତୁଚ୍ଛ ରାଜନୀତିର ପଶାପାଲିରେ

ଓଡ଼ିଆର ସ୍ୱାଭିମାନ ବୋଧେ କେବଳ ଶବ୍ଦଟିଏ 

ଗଣତନ୍ତ୍ରର ଚାରିସ୍ତମ୍ଭ ଦୋହଲୁଛି ଶକ୍ତିହୀନ ହୋଇ

ଅବସରବାଦୀଙ୍କ ସଂଖ୍ଯା ଜନସଂଖ୍ୟା ଭଳି ବଢୁଛି

ମାଗଣା ଖାଇବା ଯୋଜନା କ'ଣ ଦେଇଛି ଉତ୍କଳ ମାତା କୁ

ପ୍ରତି ଓଡ଼ିଆ ପ୍ରଶ୍ନ କରୁ ନିଜକୁ ବାରବାର ପ୍ରତିଥର

ଓଡ଼ିଆର ସ୍ୱାଭିମାନ ଏବେ ଆଉ କ'ଣ ବଞ୍ଚିଛି ।


ପାଦଚଟା ତୋଷାମଦରେ ନିମଜ୍ଜିତ ରଖି ଦାନ୍ତ ଦେଖାଇ

ନିଜକୁ ଗୌରବାନ୍ୱିତ ମଣୁଥିବା ମଣିଷ କିଛି

ନିଜେ ନିୟନ୍ତ୍ରିତ ହୋଇ ଗୁଣୀ କରୁଛନ୍ତି ଅନେକ ମୁରୁଖଙ୍କୁ

ଆଉ ବୁଦ୍ଧିଜୀବିଙ୍କ ଗୋଷ୍ଠୀଙ୍କ ନାହିଁ ଶାଣିତ ସ୍ୱର

ରାଜାକୁ ମହିମାମଣ୍ଡିତ କରିବାରେ ବାଣ୍ଟୁଛନ୍ତି ମଧୁର ଶବ୍ଦ

ବିବେକ ଓ ସ୍ୱାଭିମାନ ଖୋଜୁଥିବା ମଣିଷ 

ଅଜ୍ଞାତରେ କେବେ ମାଟିରେ ଯାଉଛି ମିଶି

ମିଛ କୁହନି ଆଉ ସତକୁ ସ୍ୱୀକାର କରିନିଅ

ନେତାଠୁ ଜନତା ସବୁ ଯାଇଛ ପାଲଟି ଲାଞ୍ଚୁଆ

କେଉଁ ମୁହେଁ କହୁଛ ଏ ଓଡ଼ିଆର ସ୍ୱାଭିମାନ ବଞ୍ଚିଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract