Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Mishra

Classics

4  

Sarojini Mishra

Classics

ଧର୍ମ କାନ୍ଦୁଛି ମାଆ ଆସ ଓହ୍ଲାଇ

ଧର୍ମ କାନ୍ଦୁଛି ମାଆ ଆସ ଓହ୍ଲାଇ

2 mins
355



ସିଂହବାହିନୀ ମାଆ ଦୁର୍ଗତି ନାଶିନୀ

ଧରାବତରଣ କର ଜନନୀ

ନଭ ସୁ-ଉଜ୍ଵଳ ଧରା ନିରିମଳ

ଆସ ଗୋ ପ୍ରିତୀ ଦାୟିନୀ ।

ପାପ ବିନାଶିନୀ ଶାନ୍ତି ପ୍ରଦାୟିନୀ

ଏ ଧରାରେ ମାତା ପାଦ ପକାଅ

ଏ ଧରା ପୃଷ୍ଠରୁ ଅଧର୍ମ ବିନାଶି

ଧର୍ମର ସ୍ଥାପନା କରି ଯେ ଦିଅ ।

ଦୈତ୍ୟ ବିନାଶିଛ ଅଧର୍ମ ନାଶିଛ

ଦେଇ ଅଛ ମାତା ମନରେ ବଳ

ଧର୍ମ ପାଇଁ ତୁମେ ଖଣ୍ଡା ଓ ଖର୍ପର

ଧରିଅଛ ପୁଣି ହାତେ ତ୍ରିଶୂଳ ।

ଯୁଗେ ଯୁଗେ ତୁମେ ସୃଷ୍ଟି ସ୍ଵାର୍ଥ ପାଇଁ

ଉଗ୍ର ମୂର୍ତ୍ତି ସଦା ଧର

ଯୁଗ ବିବର୍ତ୍ତନେ ଅଧର୍ମ ମାତିଛି

ଧର୍ମ ରକ୍ଷା ମାତା କର ।

ଧର୍ମର ରାଜୁତି ସରି ଯାଇଛି ମା

ଅଧର୍ମ ରାଜୁତି କରେ

ଧରଣୀ ଉପରେ ଅତ୍ୟାଚାର ଚାଲେ

ଧର୍ମ କାନ୍ଦୁଛି ରାସ୍ତାରେ ।

ଧର୍ମ ନିକିତିରେ ଅଧର୍ମ ର ପାଲା

ଭାରି ହୋଇ ଯାଇଅଛି

ଦୁଷ୍କର୍ମ , ଅନୀତି, ଅନ୍ୟାୟର ମାଡ଼େ

ଧର୍ମ ବସି କାନ୍ଦୁ ଅଛି ।

ଧର୍ମ କାନ୍ଦୁ ଅଛି ବାହୁନି ବାହୁନି

ପାପୀ ଙ୍କର ଅତ୍ୟାଚାରେ

ତୁମ ଆବାହନୀ କରୁଅଛି ମାତା

କାଶତଣ୍ଡୀ ର ସମ୍ଭାରେ ।

ସତ୍ୟ ଯୁଗେ ସିନା ମହିଷା ଗୋଟିଏ

ଏବେ ସହସ୍ର ଅସୁର

ମଣିଷ ରୂପରେ ରାକ୍ଷସ ଗୁଣରେ

ମଣିଷ ଯେ ମାଳ ମାଳ ।

ପାପ କବଳରେ ଏ ପୃଥିବୀ ଆଜି

ହୋଇଅଛି ଯେ ବନ୍ଧିତ

ମଣିଷ ଭୁଲିଛି ମଣିଷ ପଣିଆ

ଧରମ ହୁଏ ନିନ୍ଦିତ ।

ଶକ୍ତି ପ୍ରଦାୟିନୀ ମାତା କାତ୍ୟାୟନୀ

ଧରାକୁ ଓହ୍ଲାଇ ଆସ

ପାପୀଙ୍କୁ ବିନାଶି ଧରମ ସଂସ୍ଥାପି

ଜନ ମନେ ଭର ଆଶ ।

ନାରୀ ରୂପେ ତୁମେ ହୁଅ ଅବିତୀର୍ଣ୍ଣା

ନାରୀକୁ ପ୍ରତ୍ୟୟ ଦିଅ

ଶାନ୍ତି, ମୈତ୍ରୀ , ଶକ୍ତି, ପ୍ରୀତିର ବାରତା

ଏ ଜଗତେ ଦେଇ ଯାଅ ।

ଧର୍ମ ସଂସ୍ଥାପନେ ନାରୀର ଭୂମିକା

ଦିଅ ମାତା ଯେ ବତାଇ

ଶକ୍ତି ସ୍ଵରୂପିଣୀ ମା ସିଂହ ବାହିନୀ

ପାପୀଙ୍କୁ ଦିଅ ବିନାଶି ।

କାଶତଣ୍ଡୀ କରେ ସୁସମ୍ବର୍ଦ୍ଧନା ମାଆ

ନିର୍ମଳ ଭାବନା ନେଇ

ଜୀବନ କୁ କର ସୁ ସଂଗଠିତ ମା'

ଧର୍ମକୁ ଦିଅ ହସାଇ ।

ଧରମ କାନ୍ଦୁଛି ଘରେ ଘରେ ପୁଣି

ସଂପର୍କ ର ଅନ୍ତର୍ଦାହେ

ଗାଁ ରେ ଗାଁରେ ଧର୍ମ କାନ୍ଦୁ ଅଛି

ସଂସ୍କୃତି ବିଳାପ କରେ ।

ସହରେ ବଜାରେ ଧର୍ମ କାନ୍ଦୁ ଅଛି

ଉପଢ଼ୌକନ ଜାଲରେ

ଅସ୍ତିତ୍ଵ ହଜାଇ ମଣିଷ ବୁଲୁଛି

ଅଶାନ୍ତି ର ଇଲାକାରେ ।

ଆସ ଅବତରୀ ଶକ୍ତି ପ୍ରଦାୟିନୀ

ଧର୍ମ ଧାରା ଯେ ଦେଖାଅ

ଶକ୍ତି ଭରିଦିଅ ମତି ସୁଦ୍ଧ କର

ଧର୍ମକୁ ଭରସା ଦିଅ ।

ପୂଜା ର ମହତ୍ତ୍ୱ ପୂଜା ମଣ୍ଡପରେ

ଖାଲି ସ୍ଥିତ ଯେ ନରହୁ

ପୂଜା ବେଦୀ ଧୂପ ଧରମ ବାରତା

ଜଗତକୁ ମହକାଉ ।

ଅଧର୍ମ ଅନ୍ୟାୟ ସଙ୍ଗେ ଲଢିବାର

ଶକ୍ତି ମାତା ବାଣ୍ଟି ଦିଅ

ଧର୍ମର ହେଉ ଜୟ ଏ ଜଗତେ

ପାପର ହେଉ ଯେ କ୍ଷୟ ।

ଧର୍ମର କାନ୍ଦଣା ଅପସରି ଯାଉ

ଅଧର୍ମ ବିନାଶ ହେଉ

ପାପର କଳିମା ଲିଭାଇ ଦିଅ ମା

ପାପୀଙ୍କ ବିନାଶ ହେଉ ।



Rate this content
Log in