STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଧରମ ଦାଣ୍ଡେ ବୁଲୁଛୁ

ଧରମ ଦାଣ୍ଡେ ବୁଲୁଛୁ

1 min
316


ଶ୍ରୀକ୍ଷେତ୍ରୁ ଆସିଛୁ ଘେନି ଜଗନ୍ନାଥଧଣ୍ଡା

ଧରମ ଦାଣ୍ଡେ ବୁଲୁଛୁ, ଚକୁଳିଆ ପଣ୍ଡା l


ବଡ଼ନନା ବଳିଆ ମୋ ନାଆଁଟି କାଳିଆ

ଶ୍ରୀକ୍ଷେତ୍ର ବାସ ଆମ୍ଭର ସମୁଦ୍ର କୂଳିଆ l


ଘରଟି ଆମର ଭାଇ ଅତି ପୁରାକାଳିଆ

ଜନେ କହନ୍ତି ଆମକୁ ବଡ଼ ଦେଉଳିଆ l


ମାଆ,ମାଉସୀମାନେ ଏ ପୁଣ୍ୟକାର୍ତ୍ତିକରେ

ଭିକ୍ଷା ଦିଅ, ଏ ଦରିଦ୍ର ନନାଙ୍କ ଥାଳରେ l


ଅନ୍ନ ଦାନ, ବସ୍ତ୍ର ଦାନ ମହା କାର୍ତ୍ତିକରେ

ପ୍ରାଣୀ ଲଭିଥାଇ ସ୍ଥାନ ସ୍ୱୟଂ ବିଷ୍ଣୁପୁରେ l


ଧର୍ମଥାଳେ ମାଆମାନେ ଦାନ ଦେଇଯିବ

ଦାନ ଦିଆଇବ ପୁଣି ଦେ' ପଦ ବୋଲିବ ।


ନାରାୟଣ,ବିଷ୍ଣୁ, କୃଷ୍ଣ, ଗୋବିନ୍ଦ,ମାଧବ

ଦୟା ରଖି ଥିବେ, ଜଗନ୍ନାଥ,ବଳଦେବ l


ଦାମୋଦର, ହୃଷିକେଶ, ପ୍ରଭୁ ଗଦାଧର

ଶରଣ ରଖିବେ ପ୍ରଭୁ ଶରଣ ସୋଦର l


ଶଙ୍ଖ ଚକ୍ରଧାରୀ ପ୍ରଭୁ ଅଚ୍ୟୁତ କେଶବ

ଚ୍ୟୁତ ନହୋଇବେ ପ୍ରଭୁ ଭକତବାନ୍ଧବ l


ବଂଶୀଧର,ଗୋପୀନାଥ ପ୍ରଭୁ ରାଧାକାନ୍ତ

ବାଙ୍କବିହାରୀ ନିଶ୍ଚୟ ଘୋଡ଼ାଇବେ ଘଣ୍ଟ l


ଅଣାକାର, ନିରାକାର, ଶୂନ୍ୟ ନିରଞ୍ଜନ

ଦାରିଦ୍ର୍ୟ ହରିବେ ପ୍ରଭୁ ଦାରିଦ୍ର୍ୟ ଭଞ୍ଜନ l


ତଣ୍ଡୁଳ ସାଥେ ନନାକୁ ଦେଉଥିବ ସଞ୍ଜା

ଆଶୀର୍ବାଦ ଦେବେ ପ୍ରଭୁ ଶକଟର ଭଞ୍ଜା l


ଚକୁଳିଆ ପଣ୍ଡା ଆମେ ଦୁଇଗୋଟି ଭାଇ

ଧରମ ଦାଣ୍ଡେ ବୁଲୁଛୁ ହରି ନାମ ଗାଇ l


ଗୋବିନ୍ଦେ ଭରସା ରଖି ଭିକ୍ଷାକରୁ ଭାଇ

ସଦା ଦୟା ରଖିଥିବେ ପ୍ରଭୁ ଭାବଗ୍ରାହୀ l


ତୁଣ୍ଡେ ଥାଉ ହରିନାମ କଣ୍ଠେ ରାମନାମ

ନେତ୍ରେ ସଦା ଥାନ୍ତୁ ଜଗନ୍ନାଥ ବଳରାମ l

            


Rate this content
Log in

Similar oriya poem from Inspirational