STORYMIRROR

Premalata Giri

Classics

4  

Premalata Giri

Classics

ଧରିତ୍ରୀ

ଧରିତ୍ରୀ

1 min
286


ଆକାଶ ତଳେ ଧରିତ୍ରୀ

ଠିଆ ହୋଇଛି କେଉଁ ଏକ 

ଅପ୍ସରାର ଚିତ୍ରମୟଛନ୍ଦରେ। 

ଅସରନ୍ତି ବ୍ୟସ୍ତତା, ଶ୍ରମ ସଂଘର୍ଷ

ଜାଗ୍ରୁତି ସ୍ୱପ୍ନର ସ୍ନୁତି ବିସ୍ମୃତ ରେ। 

ରୂପ ରସ ଗନ୍ଧର ସୁଶ୍ରୀ ଷୋଡଶୀ

ଆକାଶ ରୁ ମାଟି 

ମାଟିରୁ ଆକାଶ 

ଅଞଳିର ଟୀପଣୀ ଲେଖୁଛି

ଚେତନାର ମିଳନ ପର୍ବରେ। 

ସମୟର ଖଣ୍ଡିଆ ଭୁତ

ସ୍ମୁତିର ଅଭୁଲାପିଲାଦିନ 

ଖେଲନାତ ଏଇ ପ୍ରୁଥିବୀ ର

ବୈକୁଣ୍ଠ ସମାନ ପରିକଳ୍ପନାରେ। 

କେତେ ଅରଣ୍ୟାନୀ

ଅରଣ୍ଯ ରେ ଲୁଚିଥିବା ରାଜାରାଣୀ

 ସମ୍ୱୋଧନ ର ନିରାପତ୍ତା

ବିପୁଳ ବୁଝାମଣା ର ଚିନ୍ତା 

ଯୁଦ୍ଧ ଓ ବିରତିର ପ୍ରସ୍ତୁତି ରେ। 

ସବୁଜ ଶ୍ରୀ ଭିତରେ ବଞ୍ଚି ବାର

ରାହାର ଅନ୍ୟ ନାମତ ପ୍ରୁଥିବୀ

ବହୁତ ସୁନ୍ଦର ମାଟି ଜୀବନରେ। 

ସମୁଦ୍ର ପାଖରଘରରେ

କୁହୁଡିର ଓଦା ଓଦା କାନ୍ଥ

ତର୍ପଣରେ ମାଟି ଖୁବ୍ ଆଶ୍ୱାସନା ଦିଏ

ବିଶ୍ୱାସରପ୍ରତିଟି ରାସ୍ତା ରେ । 

ଠିକଣା ହିଁ ମୋହ ମାୟା

 ସ୍ଥାବର ଅସ୍ଥାବର , ନଦ ନଦୀ

ନଈର ଦୁଇକୂଳର ସଂପର୍କ

ପ୍ରୁଥ୍ୱୀ ମାତାର ହୁଦୟକୁ ଛୁଇଁ ଛୁଇଁ

ଶକ୍ତିଶାଳୀ ଆତ୍ମ ପ୍ରତ୍ୟୟ ରେ। 

ସାରା ଜୀବନ ର ଶବ୍ଦ ହିଁ ଈଶ୍ବର

ପ୍ରତିରୂପ ଭାବେ ଭାବମୟ

ଜୀଇଁଯିବା ମରିଥିବା ଭିତରେ

କେବେ ଶିବ, କେବେ ଶବ

ବହିଯିବା ଏକତା ଭିତରେ। 

ଜୀବନ ପାଇଁ ଲୋଭମୟ ପ୍ରୁଥିବୀ

ପାଖକୁ ଲାଗି ଆସେ ପ୍ରେମରେ

ପ୍ରତାରଣାତ୍ମକ ସଂପ୍ରୀତିରେ 

କେଉଁ ଠି ଛାଇ ତ

ପୁଣି ଖରା ପରେ ହରାଭରା

ଉଜ୍ଜ୍ବଳ ପ୍ରଶାନ୍ତି ର ନୀଳନୀଳ

ସୌମ୍ୟ ଶାନ୍ତି ବାରମ୍ବାର ସତ୍ଯ ରେ। 



Rate this content
Log in

Similar oriya poem from Classics