ଧରାଦିଅ ମୋତେ ବାରେ
ଧରାଦିଅ ମୋତେ ବାରେ
ଜାଣିଲି ଯେ ଲାଗି ମୋ ପାଶୁ ରହୁଛ
ତୁମେ ଏତେ ଦୂରେ-ଦୂରେ ,
ସେତେ ବେଶୀ ମନେ ପକେଇବି ବୋଲି
ଧରାଦେଉ ନାହଁ ବାରେ ।
ତଥାପି ଏ ମନ ଝୁରେ ;
ଭାରି ଇଚ୍ଛା ହୁଏ ତୁମରି ପରଶ
ପାଇବାକୁ ଖାଲି ଥରେ ।(୦)
ଆଖି ଆଗେ ମୋର ତୁମ ଛବି ନାଚେ,
କେତେ ଦିଅଁ ପୂଜି ଭୋଗ-ରାଗ ଯାଚେ ।
କାଳେ ତୁମ ହୃଦ ,ତରଳି ତ ଯିବ
ଟିକିଏ ଅଜାଣତରେ ।(୧)
ଧରାଦେଵ ମୋତେ ବାରେ ;
ଭାରି ଇଚ୍ଛା ହୁଏ ତୁମରି ପରଶ
ପାଇବାକୁ ଖାଲି ଥରେ ।
ମୋ ପ୍ରତି ତୁମର ହେଲେ ଅନୁକମ୍ପା ,
ସଦାଶିବ ମୁଣ୍ଡେ ଚଢ଼େଇବି ଚମ୍ପା ।
ତୁମରି ସାନିଧ୍ୟ ମିଳିଲେ କରିବି
ତୀର୍ଥଯାତ୍ରା ଆନନ୍ଦରେ ।(୨)
ଧରାଦିଅ ମୋତେ ବାରେ ;
ଭାରି ଇଚ୍ଛା ହୁଏ ତୁମରି ପରଶ
ପାଇବାକୁ ଖାଲି ଥରେ ।
ବି. ନିରୁପମା
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।

