STORYMIRROR

Nihar Ranjan Acharya

Tragedy

3  

Nihar Ranjan Acharya

Tragedy

ଧୋକା

ଧୋକା

1 min
1.0K

ମୋ' ଜୀବନଟା ଏକ 

ମରୁଭୂମିର ମରୀଚିକା, 

ଏଠି ବଞ୍ଚିବା ମରିବା 

ସବୁ ମୋ' ପାଇଁ ଏକା। 


ଏଠି ମୋ' ମୁହଁର ହସ 

ମୋ' ମନର ସୁଖ, ଶାନ୍ତି, ଆନନ୍ଦ 

ନିତି ହୁଏ କିଣାବିକା, 

ଲାଭ କ୍ଷତିର ହିସାବ ଖୋଜିଲେ 

ମୋତେ ମିଳେ ଖାଲି ଧୋକା ଆଉ ଧୋକା। 


ଏଠି ମୋର ସବୁକିଛି ଥାଇ ମଧ୍ୟ 

ବଞ୍ଚିଛି ମୁଁ ଏକା ଏକା, 

ଜୀବନର ଚଲା ବାଟରେ 

ଚାଲୁଛି ମୁଁ ଯେତେବେଳେ 

ଛାତିରେ ମୋର ଭରିଯାଏ 

କାହିଁକି କେଜାଣି-

ଛାତିଏ ଛାତିଏ ଛନକା। 


ଏଠି ମୋ' ପାଇଁ ଲମ୍ବିଆସେ 

ସହାନୁଭୂତିର ଶହ ଶହ ହାତ, 

ହେଲେ ସେ ହାତ ଭିତରୁ 

ଗୋଟିଏ ହାତ ଧରୁ ଧରୁ 

ଫେରିଯାଏ ସେ ହାତ 

କାହିଁ କେତେ ଦୂର-

ରହିଯାଏ ପୁଣି ମୁଁ ଏକା ଏକା, 

ପାଇଥାଏ ଖାଲି ମୁଁ 

ଏ ଜୀବନରେ କେବଳ 

ଧୋକା ଆଉ ଧୋକା ।

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy