ଧୋକା-ଏକ ମରୁଭାବ
ଧୋକା-ଏକ ମରୁଭାବ
ଶକୁନି ହସରେ ଧୋକା ପଶା ଖେଳି
ବନ୍ଧୁକୁ ମେରିଆ କରୁଛ
ମୀତଣି ଫାଶରେ ସଖା ପଘା ବଳି
ମନ୍ଦକୁ ବଳୁଆ ମଣୁଛ ।
ଶୁଦ୍ଧ ପୂର୍ଣ୍ଣିମାରେ ଚନ୍ଦ୍ରକୁ ସୂଚେଇ
ଉଆଁସ ମାର୍କା ଦେଖୁଛ
ବିଦ୍ଧ କଣ୍ଟକରେ ଯୀଶୁଙ୍କୁ ଦେଖେଇ
ଧର୍ମକୁ ଧୋକା ଦେଉଛ ।
କଣ୍ଟକିତ ପଥେ ଛଳନା ଶେଯରେ
ମସୃଣ ଭ୍ରମ ରଚୁଛ
ପଲ୍ଲବିତ ପୁଷ୍ପେ ଭାବନା ନଜରେ
ତର୍ପଣ ପ୍ରେମ ଛଳୁଛ ।
ପୁଲକିତ ମନେ ଗରଳ ମିଶେଇ
ମିଷ୍ଟାନ୍ନ ଛଳେ ବାଣ୍ଟୁଛ
ପ୍ରଫୁଲ୍ଲ ନୟନେ ପରଳ ପକାଇ
ବିଷର୍ଣ କାଳ ଫେଣ୍ଟୁଛ ।
ବିଶ୍ୱାସର ଘଟ ଭାବନା ଉଦ୍ଭଟ
ଧୋକାର ଚରାଭୂଇଁରେ
ଅବିଶ୍ୱାସ ଛାଟ ଭାବାନ୍ତ ସଙ୍କଟ
ଶଙ୍କାର ମରୁଭୂଇଁରେ ।
