ସ୍ୱପ୍ନ ହୀରା....ଏକ ଭାବତାରା
ସ୍ୱପ୍ନ ହୀରା....ଏକ ଭାବତାରା
ଇଂ ସଞ୍ଜୟ କୁମାର ପଣ୍ଡା
–--------------------------
ତୁ ସ୍ୱପ୍ନମୟୀ ତୁ ଲାସ୍ୟମୟୀ
ଜୀବନର ପ୍ରୀତିଧାରା,
ତୁସ୍ନେହମୟୀ ତୁ ଭାବମୟୀ
ଭାବନାର ସ୍ୱପ୍ନହୀରା ।
ମୁଁ ଅପାଣ୍ଡୁକ କର୍କଶ କଦର୍ଥ
ଜୀବନର ପତ୍ରଝଡା,
ମୁଁ ଅକର୍ମକ ନିକୃଷ୍ଟ ନିରର୍ଥ
କଳାସ୍ୱପ୍ନର ଜଡ ।
ତୁ ଶାନ୍ତିମୟୀ ଭବ୍ୟ ଶୁଭ୍ରମୟୀ
ଆଶାର ଆଲୋକ ତାରା,
ତୁ କୃପାମୟୀ ଲଭ୍ୟ ·ରୁମୟୀ
ଉତ୍ସାହର ସ୍ୱପ୍ନ ସୁରା ।
ମୁଁ ଅପଦାର୍ଥ ଅସିତ ଅଶିଷ୍ଟ
ନିରାଶାର କେନ୍ଦ୍ରବିନ୍ଦୁ,
ମୁଁ ଭାବବ୍ୟର୍ଥ ଅସିଦ୍ଧ ଅମିଷ୍ଟ
ଉଆଁସ ଭଟ୍ଟାର ସିନ୍ଧୁ ।
ତୁ ଶ୍ୟାମାମୟୀ ତୁ ମାତୃମୟୀ
ପ୍ରେମଅର୍ଘ୍ୟର ଥାଳି,
ତୁ କାମାମୟୀ ତୁ ତୁଷ୍ଟମୟୀ
ପୂଣ୍ୟ ସ୍ୱପ୍ନରମାଳି ।
ମୁଁ କଦାକାର ନିରାଶା ପ୍ରସ୍ତର
ବିରହର ତୀକ୍ଷ୍ଣ ଶୁଳୀ,
ମୁଁ ଅନାଚାର ଅବିବେକି କ୍ରୁର
ସପନର ଭଗ୍ନ ତୁଳୀ ।
ତୁ ଋତୁମୟୀ ତୁ ଗୀତିମୟୀ
ଭାବନାର ମଧୁଶାଳା,
ତୁ କାନ୍ତିମୟୀ ତୁ ରତିମୟୀ
କାମନାରସ୍ୱପ୍ନଶାଳା ।
ମୁଁ ଅପ୍ରେମିକ ପ୍ରତାରଣା ଉତ୍ସ
ଅଶାନ୍ତ ଆଗ୍ନେୟଗିରି,
ମୁଁଅରତିକ ଅରଣା ଗୁଚ୍ଛ
ଅନନ୍ତ ନର୍କପୁରୀ ।
_________________
ନୀଳଚକ୍ର,
ବୌଦ୍ଧ
ମୁଖ୍ୟ ସମ୍ପାଦଜ - ବୌଦ୍ଧଚକ୍ର
ମୋ.- ୯୪୩୭୦୭୯୦୯୯
