STORYMIRROR

Sanjaya Panda

Others

3  

Sanjaya Panda

Others

ଭାବ ଦଶାଶ୍ୱ-ଏକ ପ୍ରେମ ଅଭିସାର ।

ଭାବ ଦଶାଶ୍ୱ-ଏକ ପ୍ରେମ ଅଭିସାର ।

1 min
9.0K



ହେ ଦଶାଶ୍ୱ !

ଆଚମ୍ବିତ ଜଗ ଭବ୍ୟ ସୌନ୍ଦର୍ଯ୍ୟେ

ବିନୀତ ତବ ଶୀତଳେ

ପ୍ରଲମ୍ବିତ ଭାବ ଦିବ୍ୟ ଭାସ୍କର୍ଯ୍ୟୈ

ପ୍ରଣତ ପାଦାର ତଳେ ।

ଭାସ୍କରପ୍ରିତ ଦିବ୍ୟାଲୋକେ କୃତ

ଭବ୍ୟ ଶୁଭ୍ର ପ୍ରତିମା

ପୁଷ୍କର ତୃପ୍ତ ପ୍ରେମାଲୋକେ ମତ୍ତ

ଲଭ୍ୟ ଶର୍ମ ଉପମା।

ମେଦିନୀ ଉଜ୍ଜ୍ୱଳ ଲବ୍ଧ ସୁଶୀତଳ

ପୁଷ୍ପନ୍ଧକ ପାଗଳ

କାମନୀ ଉଚ୍ଛୁଳ ଲୁବ୍ଧ ଅପ୍ରବଳ

ପୁଷ୍ପ ଧନୁ ମତୁଆଲ ।

କଳାଂଶ ସୁନ୍ଦର କଳାବନ୍ତକର

କଳାକାର କଳେବର

କଳାପ ମନ୍ଦର କନ୍ଦର୍ପଶ୍ରୀ ଙ୍କର

କନ୍ୟକାର କଳ୍ପନାର ।

ଭ୍ରମେ କବିବର ଭ୍ରମର ପ୍ରବର

ଭାବି ତବ ଶ୍ରୀପୟର

ପ୍ରେମ ଅଭିସାର ପୁଣ୍ୟ ପ୍ରାପ୍ତର

ଢାଳିଭକ୍ତି ଅର୍ଘ୍ରର ।


Rate this content
Log in