Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjaya Panda

Others

2  

Sanjaya Panda

Others

ବାଳୁତ ଭାବ-ଏକ ଶିଶୁ ପର୍ବ

ବାଳୁତ ଭାବ-ଏକ ଶିଶୁ ପର୍ବ

1 min
7.1K



ଜୀବନ ଜଞ୍ଜାଳେ ମୈତ୍ରୀ ପ୍ରେମ ନେଇ

ଶାନ୍ତି ଦୂତ ହେବା ଦେଖ

ଦୁ୍ଃଖର ଆଞ୍ଜୁଳେ ସୁଖ ପ୍ରାପ୍ତି ପାଇଁ

ଶିଶୁବନ୍ତ ହେବା ଶିଖ ।

ସାଙ୍ଗ ସାଥୀମେଳେ ବାଚଳାମି କାଳେ

ଚପଳତା ମନେ ପକ

ଗୃହସ୍ଥ କବଳେ ସୁନାମୀ କରାଳେ

ମସ୍ତକ ନତ ରଖ ।

ବାଳୁତ କାଳେ କପଟ ଶୂନ୍ୟତା

ଖୋଲା ହୃଦୟ ଦେଖ

ସ୍ବଜନ ମେଳେ ସମ୍ପର୍କ ବଦ୍ଧତା

ପ୍ରେମ ବଳୟ ସୁଖ ।

ପୀଡା ପରବେ ସାଥୀର ପରଶେ

ଲାଘବ ସୂତ୍ର ଶିଖ

ସୁଖ ଉତ୍ସବେ ପ୍ରେମର ପରଷା

ବାନ୍ଧବ ପତ୍ରେ ରଖ ।

ଭୁଲ୍ ଠିକ୍ ଭୁଲି ଗିରିବର ସମ

ସ୍ବଜନ ପାର୍ଶ୍ଵେ ଉଠ

ସ୍ନେହାଶୀଷ ବୋଳି ପ୍ରେମବର ସମ

ପରିଜନେ ଉପବିଷ୍ଟ ।

ସୁଖୀହେବା ପାଇଁ ନିର୍ଦ୍ଦୟ ବଣେ

ଶିଶୁ ପ୍ରାଣକୁ ଖୋଜ

ଶିଶୁ ହେବା ପାଇଁ ପ୍ରେମାଳୟ କୋଣେ

ପ୍ରସୂ ମନକୁ ହେଜ ।


Rate this content
Log in