ସାଧବ ବୋହୁ - ଏକ ଅଭାବ ଭାବ
ସାଧବ ବୋହୁ - ଏକ ଅଭାବ ଭାବ
ପଥର ଉପରେ ମୁହଁ ମାଡି ବସି
କାନ୍ଦୁଥିଲା ନୂଆ ବୋହୂ,
ଚକିତ କାରଣ ପଚାରେ ଯେମନ୍ତ
ଧକେଇ କାନ୍ଦଇ ସେହୁ ।
ହେଲି ବିଚଳିତ ଥରିଗଲା ଓଠ
ସମ୍ଭାଳି ପଚାରେ ସେହି,
କୋହ ଭରା ନେତୁ ଧରିତ୍ରୀକୁ ଦେଖି
ପଚାରେ ଶ୍ୟାମଳ କାହିଁ ।
ବରଷା ଶ୍ରାବଣେ ପୀୟୂଷ ପରଶେ
ହସୁଥିଲା ଧରା ଭୂଇଁ ,
ମାନବ କରତେ ନାଶ ଗଲା ବନ
ଧାରା ଶ୍ରାବଣ ନାହିଁ ।
ଜଳଧାରା ମାସେ ତାପ ବରଷୁଛି
ଶ୍ୟାମଳ ଖୋଜୁଛି ଜଳ ,
ଧାରା ଏବେ ଏଠି ଅଧରା ହେଲାଣି
ବରଷା ହେଲାଣି କାଳ ।
ନାଲି ବୋହୂ ମୁହିଁ ଅଳିଅଳ ବାଳା
ଶ୍ୟାମଳ ବୁକୁରେ ଚାଲି,
ଧରିତ୍ରୀ କାନ୍ଦୁଛି ଫଟାବକ୍ଷ ଧରି
ସାଉଁଟି ପାରୁନି ବୋଲି ।
ମାଆ ତ କାନ୍ଦୁଛି ଉଜୁଡା ତନୁକୁ
ଋତୁକୁ ସମର୍ପି ଦେଇ ,
ମାଆର କାନ୍ଦଣା ସହି ମୁଁ ପାରୁନି
ଜୀବନ ଛାଡିବି ଯହିଁ ।
ଥରିଲା ଓଠରେ ବସା କଣ୍ଠରେ
ଶଙ୍ଖାଳିଲି ତାକୁ ଭଲେ ,
କହିଲି କି ଧରା ସୁନ୍ଦର ଦିଶିବ
ତୁମେ ଏଠୁ ଚାଲିଗଲେ ।
ପରିଚୟ ତୁମ ଏ ଧରା ସଂସାରେ
ସଭିଙ୍କ ସାଧବ ବୋହୂ ,
ବୋହୂଟେ ସଂସାରେ ଜୀବିତ ନଥିଲେ
ବୈକୁଣ୍ଠ ମିଳିବ କାହୁଁ ।
