ଭାବ ତର୍ପଣ
ଭାବ ତର୍ପଣ
ଦୀପ ପ୍ରଜ୍ଵଳନ ଅନ୍ଧାର ଚଳନ
ଅବଗୁଣ ସମର୍ପଣ,
କାମନା ଦହନ ଅଜ୍ଞାନ ମୋଚନ
ଅପକୀର୍ତ୍ତି ବିସର୍ଜନ ।
ଉଆଁସ ଗମନ, ଇନ୍ଦୁ ଆଗମନ
ଭାବନା ତିଳତର୍ପଣ,
ବଡୁଆ ପ୍ରସନ୍ନ,ଈଶ ସୁଦର୍ଶନ
କାମନା ଶାନ୍ତି ବସନ ।
ଜ୍ଞାନ ବିତରଣ,ମାନ ପ୍ରସାରଣ
ଜ୍ଞାନ ଦୀପ୍ତି ଉଜ୍ଜ୍ଵଳନ,
ମନ ଉତ୍ଥାନ ଗୁମାନ ହରଣ
ଜୀବନ ସୁଖ ସୋପାନ ।
ମାନ ଅଭିମାନ ,ପରଶ୍ରୀ ଜ୍ଵଳନ
ବୃଥା ଆତ୍ମଦହନ ,
ମିଷ୍ଟଭାଷଣ ସତସଙ୍ଗ ଗମନ
ମୋକ୍ଷର ମୂଳକାରଣ,
ଭାବନା ଦୂଷଣ କଣ୍ଟକିତ ମନ
ପୀଡାର ଦୁଃଖ ପାର୍ବଣ
ଭାବ ପ୍ରଦୂଷଣ କର୍କଶ ବାଣ
ପୀଢିକୁ ଘୋର କଷଣ ।
