STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ଧନ୍ୟ ସେ ରଥ ଧନ୍ୟ ସେ ପଥ

ଧନ୍ୟ ସେ ରଥ ଧନ୍ୟ ସେ ପଥ

1 min
213

ଧନ୍ୟ ସେ ରଥ ରେ 

ଧନ୍ୟ ସେ ପଥ

ସବୁ ଧନ୍ୟ ମଧ୍ୟେ 

ତୁମେ ଅଟ ଧନ୍ୟ

 ଧନ୍ୟ ଧନ୍ୟ ତୁମେ ଶ୍ରୀ ଜଗନ୍ନାଥ।


ଧନ୍ୟ ସେ ରଥ


ଧନ୍ୟ ସେ ରଥ ରେ

ଧନ୍ୟ ସେ କାଠ

ଯେ କାଠ ରେ ଗଢା ସେ ନନ୍ଦିଘୋଷ

ସବୁ ଠାରୁ ଧନ୍ୟ ସେ ବଡ଼ ଦାଣ୍ଡ

ତାରପ୍ରତି ରେଣୁ ହୋଇଗଲେ ଧନ୍ୟ

ଯା ଉପରେ ଗଡେ ଜଗାର ରଥ।


 ଧନ୍ୟ ସେ ରଥ


ଧନ୍ୟ ସେ ଦେବତା 

ଧନ୍ୟ ସେ ଭକ୍ତ

ଭକ୍ତ ପାଇଁ ଜଗା ଜଗତେ ଖ୍ୟାତ

ସବୁ ଧନ୍ୟ ମଧ୍ୟେ

ଧନ୍ୟ ଅଟୁ ଆମେ

ଏ ପୁଣ୍ୟ ଧାମରେ ହୋଇଣ ଜାତ।

ଧନ୍ୟ ସେ ରଥ


Rate this content
Log in

Similar oriya poem from Inspirational