ଧନର ବଣିକ
ଧନର ବଣିକ
ଧନର ବଣିକ ମୋ ଧନ ସାଗର
ଧନରେ ନ ଥାଏ ମନ
ଫୁଲ ଚନ୍ଦନକୁ ତୁଳସୀ ଦୟଣା
କରେ ନିତି ପରିଧାନ.
ସେତ ବିଶ୍ଵଗୁରୁ ସର୍ବୋତମ. l0ଲା
ତାର ଶରଧାରେ ତୋଳିଛି ମୁଁ ଫୁଲ
ଗୁନ୍ଥିଛି ତୁଳସୀ ହାର
ଘୋରିଛି ଚନ୍ଦନ କର୍ପୁର ଲଗାଇ
ଭଳି ଭଳି ଫୁଲ ହାର.
ଫୁଲ ଚନ୍ଦନରେ ସଜେଇ ନ ହେଲେ
ଊଣା ହୁଏ ତାର ମନ.
ଭଲରେ କଟେନି ଦିନ. l1l
କପାଳେ ଚନ୍ଦନ ଗଳାରେ ତୁଳସୀ
ଫୁଲର ମୁକୁଟ ଶିରେ.
ଫୁଲର କଙ୍କଣ, ବାହୁଟି ହାତରେ
ଝୁମ୍ପା, ପାଉଜି ପାଦରେ
ସଜାଇ ଫୁଲରେ ତା ଚରଣ ତଳେ
ହୋଇଯିବି ସମର୍ପଣ.
ମୋ ଜୀବନ ହେବ ଧନ୍ୟ. l2।
