STORYMIRROR

Kalandi pal

Classics

3  

Kalandi pal

Classics

ଧନର ବଣିକ

ଧନର ବଣିକ

1 min
218


ଧନର ବଣିକ ମୋ ଧନ ସାଗର

    ଧନରେ ନ ଥାଏ ମନ

ଫୁଲ ଚନ୍ଦନକୁ ତୁଳସୀ ଦୟଣା

    କରେ ନିତି ପରିଧାନ.

ସେତ ବିଶ୍ଵଗୁରୁ ସର୍ବୋତମ. l0ଲା


ତାର ଶରଧାରେ ତୋଳିଛି ମୁଁ ଫୁଲ

    ଗୁନ୍ଥିଛି ତୁଳସୀ ହାର

ଘୋରିଛି ଚନ୍ଦନ କର୍ପୁର ଲଗାଇ

    ଭଳି ଭଳି ଫୁଲ ହାର.

ଫୁଲ ଚନ୍ଦନରେ ସଜେଇ ନ ହେଲେ

    ଊଣା ହୁଏ ତାର ମନ.

    ଭଲରେ କଟେନି ଦିନ. l1l


କପାଳେ ଚନ୍ଦନ ଗଳାରେ ତୁଳସୀ

   ଫୁଲର ମୁକୁଟ ଶିରେ.

ଫୁଲର କଙ୍କଣ, ବାହୁଟି ହାତରେ

   ଝୁମ୍ପା, ପାଉଜି ପାଦରେ

ସଜାଇ ଫୁଲରେ ତା ଚରଣ ତଳେ

    ହୋଇଯିବି ସମର୍ପଣ.

    ମୋ ଜୀବନ ହେବ ଧନ୍ୟ. l2।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics