ଧନ କାର୍ପଣ୍ୟ ସେବା ଫଳେ
ଧନ କାର୍ପଣ୍ୟ ସେବା ଫଳେ
ଧନ କାର୍ପଣ୍ୟ ସେବା ଫଳେ। କିବା ଅସାଧ୍ୟ ମହୀ ତଳେ ।।
ପ୍ରେମ ଓ ପ୍ରୀତି ଶ୍ରଦ୍ଧା ଯାର । ସାନିଧ୍ୟ କାଳିଆ ତାହାର ।।
ଧନ ଓ ବିନୟ ବଚନ। ନିତି ତୋଷବୁ ଦୀନଜନ ।।
ପାଇବୁ ପ୍ରଭୁଙ୍କ ଚରଣ । ଅଟନ୍ତି ସବୁରି କାରଣ ।।
ଅଟନ୍ତି ପ୍ରଭୁ ସନାତନ । ଅନାଦି ଅନନ୍ତ ଯେ ପୁନଃ ।।
ଧନ କାର୍ପଣ୍ୟ ଜୀବ ପାଇଁ । ଖୁସି ଟି ଜଗତର ସାଇଁ ।।
ଧନର ଦାନ ଗରିବଙ୍କୁ । କାର୍ପଣ୍ୟ ବଚନ ତାହାଙ୍କୁ ।।
ଖୁସି ହୁଅନ୍ତି ଜଗନ୍ନାଥ । ପୂର୍ଣ୍ଣ କରନ୍ତି ମନୋରଥ ।।
ପଢ
଼ିବା ନିତି ଭାଗବତ । ଜାଣିବା ତାର ଗୁଡ଼ ତତ୍ତ୍ଵ ।।
ଅଟେସେ କୃଷ୍ଣଙ୍କର ବାଣୀ । ପଢ଼ିବା ତାକୁ ଜ୍ଞାନ ମଣି ।।
ବୈକୁଣ୍ଠ ଦ୍ବାରା ଭାଗବତ । ମନୁଷ୍ୟ କର୍ତ୍ତବ୍ୟର ପଥ ।।
କାର୍ତ୍ତିକ ସ୍ନାନ ଯେ କରିବା । ବୈକୁଣ୍ଠ ସ୍ବାମୀଙ୍କୁ ପୂଜିବା।।
ଅଗତି ଗତି ଜଗନ୍ନାଥ । ସ୍ନାନରେ ହୁଏ ଟି ସାର୍ଥକ।।
ଧନ ଓ କାର୍ପଣ୍ୟ ବାଣ୍ଟିବା । ପ୍ରଭୁଙ୍କୁ ଚିତ୍ତେ ରଖିଥିବା।।
ହୋଇବ ସବୁ ତୋର ସିଦ୍ଧି । ଜ୍ଞାନ ଓ ବିଜ୍ଞାନର ବୃଦ୍ଧି।।
ଜୀବନ ହୋଇବ ସାର୍ଥକ । ପାଇବୁ ଅମୂଲ୍ୟ ସନ୍ତକ।।
ତୋ କର୍ମେ କାଳିଆ ସନ୍ତୁଷ୍ଟ । ଘୁଞ୍ଚିବ ସବୁ ଯେ ଅନିଷ୍ଟ।।