STORYMIRROR

ବି. ନିରୁପମା

Children

3  

ବି. ନିରୁପମା

Children

ଧିନି ତାକ ଧିନି ଧା...

ଧିନି ତାକ ଧିନି ଧା...

1 min
220


ମନ ଭରି ମୋର ନାଚିବି,ଗାଇବି

ଦେଖୁଛ ଯେ ଦେଖୁଥା'...

ଧିନି ତାକ ଧିନି ଧା...


କି ସୁନ୍ଦର ଜାଗା ହୋଇଅଛି ଆହା ,

କେତେ ଦିନ ଧରି ଖୋଜୁଥିଲି ଯାହା ।

ନେଇ ଆସିବି ମୁଁ କାଲି ପିଲା ଛୁଆ

ଭଲ ଥିଲେ ଦେହପା'...

ଧିନି ତାକ ଧିନି ଧା...


ଖାଇବା ଦରବ ଖୋଜି ଏଠି ସେଠି ,

ସାରା ଦିନ ଆମେ ଯାଉଅଛୁ ଥକି ।

ସାଥୀଙ୍କୁ ଏକଥା ବୁଝାଇବି ଡାକି

ମନ ଖୁସି କରିଯା'...

ଧିନି ତାକ ଧିନି ଧା...


କାମ ସାରି ଟିକେ କରିବୁ ମଉଜ ,

ନାଚିବୁ କୁଦିବୁ ହଲାଇକି ଲାଞ୍ଜ ।

ଫେରିଯିବୁ ଘରେ ହୋଇଗଲେ ସଞ୍ଜ

ବସାଟି ତ ଆମ ଠା'...

ଧିନି ତାକ ଧିନି ଧା...



Rate this content
Log in

Similar oriya poem from Children