STORYMIRROR

Bidutprabha Mishra

Inspirational Children

4  

Bidutprabha Mishra

Inspirational Children

ମାନବ ସେବାହିଁ ମାଧବ ସେବା

ମାନବ ସେବାହିଁ ମାଧବ ସେବା

1 min
44


ମାନବ ଜନମ ଅଟେ ଶ୍ରେଷ୍ଠ ତମ

ପ୍ରଭୁଙ୍କର ସୃଷ୍ଟିଟିରେ 

ସେବାକୁ ଅଧିକ ମହତ୍ତ୍ୱ ଯେ ଦିଏ

ସାର୍ଥକ ସେ ଜୀବନରେ l


ମାନବର ସେବା ମାଧବର ସେବା

ଭୀମଭୋଇଙ୍କର ବାଣୀ 

ଦୁଃଖୀ ରଙ୍କୀଙ୍କର ସେବା କରିବାକୁ

ଶ୍ରେଷ୍ଠ ଧର୍ମ ସଦା ମାନି l


ଗୋପବନ୍ଧୁ ଆଉ ମଦର ଟେରେସା

ଫ୍ଲୋରେନ୍ସ ନାଇଟିଙ୍ଗଲ 

ସେବାର ମହତ୍ତ୍ୱ ଦେଖାଇ ଅଛନ୍ତି

ଜନମି ଏ ଧରା ତଳ l


ଡାକ୍ତର ଆଲବର୍ଟ ସ୍ୱାୟତେସାର 

ମାନବଙ୍କ ସେବା କରି 

ଦୁର୍ଗମ ଅଞ୍ଚଳେ କୁଷ୍ଠ ରୋଗୀ ସେବା 

କରିଲେ ଆଦର୍ଶ ଭରି l


ଦୁଃଖୀ ଲୋକଙ୍କର ସେବା କରୁଥିଲେ

ସନ୍ତୋଷ ଯେ ଭଗବାନ 

ଅନ୍ୟର ଦୁଃଖରେ ଦୁଃଖୀ ହୁଏ ଯିଏ

ତା ଜୀବନ ହୁଏ ଧନ୍ୟ l


ପିତାମାତା ଆଉ ବୟସ୍କ ଲୋକଙ୍କ

ସେବାରେ ମିଳେ ଆଶିଷ 

ସେଇ ଆଶିଷରେ ଜୀବନର ସବୁ

କ୍ଳେଶ ହୋଇଯାଏ ଶେଷ ll


ସେବା ଅଟେ ପୁଣ୍ୟ ସେବା ଅଟେ ଧର୍ମ

ସେବା ଅଟେ ଗରୀୟାନ 

ଅସହାୟଙ୍କର ସେବା କରିବାକୁ

ନିଜର ଆଦର୍ଶ ମାନ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational