ଆମ ଭାରତୀୟ ସଂସ୍କୃତି
ଆମ ଭାରତୀୟ ସଂସ୍କୃତି
ଯୁଗ ଯୁଗ ଧରି ରହିଛି, ଆମର
ଭାରତୀୟତା ସଂସ୍କୃତି,
ଶିଖାଏ ବିଭିନ୍ନତାରେ ଏକତା ଓ
ଭାତୃତ୍ୱତାର ପ୍ରୀତି |୧|
ସ୍ନେହ ଶ୍ରଦ୍ଧା ଓ ଅତ୍ମୀୟତାବୋଧ
କୁ ସଦା ବାଣ୍ଟି ଥାଏ,
ବିଭିନ୍ନତା, ହିଂସା ଓ ଦ୍ବେଷ କେବେ
ଶିଖାଇ ନଥାଏ |୨|
ଶ୍ରମିକ ଚାଷୀ, ଅଛି ଓ ଥିଲେ ମଧ୍ୟ
ଘୋର ଅଭାବରେ,
ଏକାଠି ହୁଅନ୍ତି ସରବ ତେର ପରବ
ଜାନି ଯାତ୍ରା ରେ |୩|
ନୀଳକଣ୍ଠ, ଏକ ରୂପ, ନିଜେ କଷ୍ଟ
ପାଇ ଅନ୍ଯକୁ ବଞ୍ଚାଇବା
ମୋ ଜୀବନ ପଛେ ନର୍କେ ଥାଉ,
ସର୍ବେ ଉଦ୍ଧାର ହେବା |୪|
ନୀତି ଆମର ବସୁଧା ଏକ କୁଟୁମ୍ବ,
ସର୍ବେ ଭବନ୍ତୁ ସୁଖିନଃ
ଆମ ଭାରତୀୟ ସଂସ୍କୃତିର ଉଜ୍ଜ୍ୱଳତା
ଶାନ୍ତ କରେ ମନ |୫|
ସନାତନ ଧରମରେ ଦେଖ ସରବେ
ନଥିଲା ତ ଜାତି ପ୍ରଥା
ପାଇବା, ନଥିଲା କେବେହେଲେ
ସାମ୍ପ୍ରଦାୟିକତାର ସତ୍ତା |୬|
ନଥିଲା ତ କେବେ ସଂକୀର୍ଣତା କିମ୍ବା
ଆଂଚଳିକତା ର ଭାବ
ତେଣୁ ଧରାରେ ସଂସ୍କୃତିର ରହିଥିଲା
ହୋଇ ମହାନ୍ ଭାବ |୭|
ଛାଡିଲେ ଜାତି ପ୍ରଥା, ସଂକୀର୍ଣତା,
ଧର୍ମ ନାମେ ସାମ୍ପ୍ରଦାୟିକତା
ଆମ ସଂସ୍କୃତି ଥିଲା, ଓ ଦିନେ ନିଶ୍ଚିତ
ହୋଇବ ଜଗତଜିତା |୮|
ଆସ ମୋ ଦେଶର ଭଉଣୀ ଓ ଭାଇ
ସମସ୍ତେ ଏକାଠି ହେବା,
ଆମର ଭାରତୀୟ ସଂସ୍କୃତିକୁ ପୁନଶ୍ଚ
ଉଜ୍ଜୀବିତ କରିବା |୯|
ମୋ ଜୀବନ ପଛେ ନର୍କେ ଥାଉ,
ଜଗତ ଉଦ୍ଧାର ହେଉ
ଭାରତୀୟ ସଂସ୍କୃତି ବିଶ୍ୱ ଦରବାର
ରେ ନିତି ରହିଥାଉ |୧୦|
ଛାଡିବା ମନୁ ଜାତି ପ୍ରଥା, ଓ ସରବ
ପ୍ରକାର ସଂକୀର୍ଣତା,
ଜଗତରେ ଶ୍ରେଷ୍ଟ ହେବା, ତ୍ୟାଗ କରି
ସାମ୍ପ୍ରଦାୟିକତା |୧୧|
