କୁନିଝିଅ ନାଚେ ତା' ଧେଇକି
କୁନିଝିଅ ନାଚେ ତା' ଧେଇକି
ଆଲୁରୁ ବାଲୁରୁ ଗୀତ ଗାଇକି,
କୁନିଝିଅ ନାଚେ ତାଆ ଧେଇକି ।
ଫୁଲ ପରି ତା'ର କଅଁଳ ମୁହଁ,
ରାଗିଗଲେ ସିଏ କାହାର ନୁହଁ ।
ହାତକୁ ହଲାଇ କଚାଡ଼େ ଗୋଡ଼,
ରଡ଼ି ଛାଡ଼େ କରି ଆଖିକୁ ବଡ଼ ।
କେବେ ଅଳି କରେ ଗେହ୍ଲେଇ ହୋଇ,
ବେଲୁନ ,ଖେଳଣା କିଣିବା ପାଇଁ ।
ମିଠା ହସ ତା'ର ଭାରି ସୁନ୍ଦର,
ସଂଖ୍ୟା ଶିଖିଅଛି ଜମା ପନ୍ଦର ।
ଆଜି ସିନା ସିଏ ହୋଇଛି ସାନ,
କାଲି ପାଠ ପଢ଼ି ରଖିବ ମାନ ।
ଜ୍ଞାନୀ ଗୁଣୀ ହେବ ମୋ ସୁନାଝିଅ,
ତା'ର ସରି କିଏ ହୋଇବ କୁହ !!
