ମର୍ତ୍ତେ ମନୁଷ୍ୟ ଦେହ ଧରି
ମର୍ତ୍ତେ ମନୁଷ୍ୟ ଦେହ ଧରି
ମର୍ତ୍ତେ ମନୁଷ୍ୟ ଦେହ ଧରି
ଦେବତା ହେଲେ ମଧ୍ୟ ମରି l
ରାମ ବା କୃଷ୍ଣ ରୂପଧରି
ବିଷ୍ଣୁ ଆସିଲେ ଅବତରି l
ପାପୀ ମାନଙ୍କୁ ନିଜେ ମାରି
ଶାନ୍ତି ସ୍ଥାପନା ଥିଲେ କରି l
ମନୁଷ୍ୟ କେତେ ପୁଣ୍ୟ ବଳେ
ଜନମି ଥାଏ ଧରା ତଳେ l
ଦୁଃଖ ସୁଖକୁ ଭୋଗୀ ଥାଏ
ଜନମି କର୍ମ କରିଯାଏ l
ସତକର୍ମ କଲେ ଯାଏ ତରି
କୁକର୍ମ ହେତୁ ପାପ ଭାରି l
ଚୌ ରାଶି ଯୋନି ଭ୍ରମି ଥାଇ
ମାନବ ଜନ୍ମ ନୁହେଁ ପାଇ l
କେତେ ପୁଣ୍ୟରୁ ଏ ଜନମ,
ବୁଝିବିଚାରି କର କର୍ମ l
କର୍ମ ଫଳ କୁ ଭାବନାହିଁ
ପ୍ରଭୁଙ୍କ ହାତେ ଥାଏ ସେହି l
ଯାହାକୁ ଯାହା ଦେବା କଥା
ଦିଅନ୍ତି ଖେଳାଇ ସେ ମଥା l
ନିଜ ସ୍ୱାର୍ଥ ରେ ନୋହିବ୍ୟସ୍ତ
ଚିନ୍ତିବ ସର୍ବ ପ୍ରାଣୀ ହିତ ll
ନବଧା ଭକ୍ତି ମାର୍ଗ ଧରି
କର୍ମ କରିବ ପ୍ରଭୁ ସ୍ମରି l
ପ୍ରଭୁଙ୍କ ନାମ ଏକା ସାର
ହୃଦୟ ଗତେ ତାଙ୍କୁ ଧର l
ଦେହ ଟି ହେଲେ ପୁରାତନ
ଆତ୍ମା ତେଜଇ ଦେହ ଜାଣ l
ଆତ୍ମା ଅଟଇ ଅବିନାଶୀ
ନଷ୍ଟ ନହୁଏତାର କିଛି l
ଆତ୍ମା ପରମାତ୍ମା ମିଳନେ
ତରି ଯାଆନ୍ତି ନର ଗଣେ l
ପରମ ଅଂଶ ଭଗବାନ
ତାଙ୍କ ଠୁ ସବୁ ସୃଷ୍ଟି ଜାଣ l
ତାହାଙ୍କୁ ସମର୍ପି ଜୀବନ
କରିବା ଆସ କର୍ମ ମାନ ll
